ଶୁଟିଂ ସେଟ୍‌ରେ ତାପସୀ

ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ପୁଣିଥରେ ଶୁଟିଂ ସେଟ୍‌କୁ ଫେରିଛନ୍ତି । ଏପର୍ଯ୍ୟନ୍ତ ତାପସୀ ଯେତୋଟି ଫିଲ୍ମରେ ଅଭିନୟ କରିଛନ୍ତି ପ୍ରାୟ ସମସ୍ତ ଚରିତ୍ର ଖୁବ୍ ଧମାକାଦାର୍ । ଏଥର ବି ସେ ଏମିତି ଏକ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ଫିଲ୍ମ ‘ରଶ୍ମୀ ରକେଟ’ରେ ତାପସୀ ଏକ ଆଥଲେଟ୍ ଚରିତ୍ରରେ ଦେଖାଦେବେ । ଅବଶ୍ୟ ଏଥିପାଇଁ ସେ ଖୁବ୍ ପରିଶ୍ରମ ବି କରିଛନ୍ତି । ଏବେ ଶୁଟିଂ ସେଟ୍‌ରୁ ତାପସୀ ଏକ ଫଟୋ ଶେୟାର କରିଛନ୍ତି ଯାହା କହୁଛି ସତରେ ଆଥ୍‌ଲେଟ ହେବାକୁ କେତେ ପରିଶ୍ରମ କରିବାକୁ ପଡିଥାଏ । ତାପସୀ ଏହି ଫିଲ୍ମକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି । କାରଣ ଏଥିପାଇଁ ସେ ନିଜକୁ ଖୁବ୍ ପ୍ରସ୍ତୁତ ବି କରିଛନ୍ତି । ବହୁ ପୂର୍ବରୁ ଏହାର ଶୁଟିଂ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁ ଚାଲିଥିବା ଲକ୍ ଡାଉନ୍ କାରଣରୁ ଏହା ସ୍ଥଗିତ ରହିଥିଲା । ଏବେ କିନ୍ତୁ ରଶ୍ମୀ ରକେଟର ଶୁଟିଂ ଆରମ୍ଭ ହୋଇ ଯାଇଥିବାରୁ ତାପସୀ ପୁଣିଥରେ ଶୁଟିଂ ସେଟ୍‌କୁ ଫେରି ଆସିଛନ୍ତି ଓ ଖୁବ୍ ଆଗ୍ରହର ସହ କାମ ବି କରୁଛନ୍ତି ।

Share