‘ଲୁପ ଲପେଟା’ରେ ତାପସୀଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ଜଣେ ଏମିତି କଳାକାର ଯେ ସବୁବେଳେ କିଛି ନା କିଛି ଭିନ୍ନ ଚରିତ୍ରରେ ନଜର ଆସିବାକୁ ପସନ୍ଦ କରିଥାଆନ୍ତି । ସେଥିପାଇଁ ଏବେ ବଲିଉଡ୍‌ରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ‘ପିଙ୍କ’ଠାରୁ ଆରମ୍ଭ କରି ‘ଥପ୍ପଡ’ ପର୍ଯ୍ୟନ୍ତ ସବୁଥିରେ ତାଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଏବେ ସେ ତାଙ୍କର ନୂଆ ଫିଲ୍ମ ‘ଲୁପ ଲପେଟା’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ନିକଟରେ ଏହି ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍ ରିିଲିଜ୍ ହୋଇଛି । ଏହା ଏକ କମେଡି-ଥ୍ରିଲର ଫିଲ୍ମ । ଏଥିରେ ତାପସୀ ତାଙ୍କର ଫାଷ୍ଟ ଲୁକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହାକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ରିଆକ୍ସନ ବି ଦେବା ଆରମ୍ଭ କରି ଦେଇଛନ୍ତି । ଫାଷ୍ଟ ଲୁକ୍ ଶେୟାର କରିବା ସହ ତାପସୀ ଫିଲ୍ମର କାହାଣୀ ବିଷୟରେ ମଧ୍ୟ ସାମାନ୍ୟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ‘ଲୁପ ଲପେଟା’ ୧୯୯୮ରେ ରିଲିଜ୍ ହୋଇଥିବା ଜର୍ମାନୀର ସୁପରହିଟ୍ କ୍ଲାସିକ କଲ୍ଟ ଫିଲ୍ମ ‘ରନ ଲୋଲା ରନ’ର ହିନ୍ଦୀ ରିମେକ । ଏହାର ନିର୍ଦ୍ଦେଶନା ଟମ ଟାଇକର ଦେଇଥିଲେ । ଏବେ ‘ଲୁପ ଲପେଟା’ର ନିର୍ଦ୍ଦେଶନା ଦେଇଛନ୍ତି ଆକାଶ ଭାଟିଆ । ଏହାର ଶୁଟିଂ ଗୋଆରେ କରାଯାଇଛି ।

Share