ପ୍ରଥମ ଫିଲ୍ମ ପାଇଁ ଅଡିସନ୍‌ ଦେଇ ନ ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଫିଲ୍ମ ଦୁନିଆରେ ନିଜର ସ୍ଥିତିକୁ ମଜବୁତ କରିଛନ୍ତି। ସେ ୨୦୧୦ରେ ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶିତ ତେଲୁଗୁ ଚଳଚ୍ଚିତ୍ର ଝୁମ୍ମାଣ୍ଡି ନାନ୍ଦା ସହିତ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ‘ଚଷମେ ବଦ୍ଦୁର’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ନିକଟରେ ତାପସୀ ପ୍ରକାଶ କରିଛନ୍ତି ଯେ ସେ ‘ଚଷମେ ବଦ୍ଦୁର’ ପାଇଁ ଅଡିସନ ଦେଇ ନ ଥିଲେ।
ତାପସୀ କହିଛନ୍ତି, ମୋତେ ଫିଲ୍ମରେ କାମ କରିବାକୁ ତାଲିମ ନେଇ ନ ଥିଲି। ସେଟରେ ରହି ମୁଁ ସବୁକିଛି ଶିଖିଛି। ମୁଁ ଅଭିନେତ୍ରୀ ପ୍ରିତି ଜିଣ୍ଟା ପରି ଦେଖାଯାଉଥିଲି। ବୋଧହୁଏ ସେଥିପାଇଁ ମୁଁ ବଲିଉଡରେ ଏକ ବିରତି ପାଇଥିଲି। ମୁଁ ମୋ ଜୀବନର ପ୍ରତ୍ୟେକ ଅଡିସନରେ ବିଫଳ ହୋଇଛି। ତେଣୁ ଏହି ଚଳଚ୍ଚିତ୍ର ପାଇଁ ଯଦି ଅଡିସନ ଦେଇଥାନ୍ତି ତେବେ ନିଶ୍ଚିନ୍ତ ବିଫଳ ହୋଇଥାନ୍ତି।
ତାପସୀ ଖୁବଶୀଘ୍ର ବାୟୋପିକ ‘ଶାବାଶ ମିଥୁ’ରେ ନଜର ଆସିବେ, ଯେଉଁଥିରେ ସେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହୋଇଛି।

Share