Posted inଖେଳ

ଟି୨୦ ବିଶ୍ୱକପ୍‌: ସଫଳ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ

ଦୁବାଇ,: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁକୂଲ୍ୟରେ ୨୦୨୧ ପୁରୁଷ ଟି୨୦ ବିଶ୍ୱକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି। ୧୬ଟି ଦଳକୁ ନେଇ ହେବାକୁ ଥିବା ଏହି ଟୁର୍ନାମେଣ୍ଟର ସ୍ବତନ୍ତ୍ରତା ସମ୍ପର୍କରେ ଗୁରୁବାର ଦୁବାଇଠାରେ ଆଇସିସି ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମିଳିତ ଭାବେ ସୂଚନା ଦେଇଛନ୍ତି। ଆଉ ଗୋଟିଏ ଦିନ ପରେ ଭାରତରେ ଆଲୋକର ଉତ୍ସବ ଦୀପାବଳି ପାଳନ ହେବ। ମେଗା ଇଭେଣ୍ଟର କାଉଣ୍ଟ ଡାଉନ୍‌ ପାଇଁ ଏହା ପ୍ରକୃଷ୍ଟ ସମୟ। ଦେଶର କ୍ରିକେଟପ୍ରେମୀଙ୍କ ମହଲରେ ରୋମାଞ୍ଚ ଓ ଉତ୍କଣ୍ଠା ସୃଷ୍ଟି କରିବ ନିଶ୍ଚୟ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାହନେ ଏହି ଅବସରରେ ପ୍ରକାଶ କରିଛନ୍ତି। କରୋନା ମହାମାରୀ ଦେଖାଦେବାପରଠାରୁ ବିଶ୍ୱର ପ୍ରଥମ ଗ୍ଲୋବାଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ବିଶ୍ୱବ୍ୟାପୀ କ୍ରିକେଟପ୍ରେମୀ ଯେପରି ଏହି ମେଗା ଇଭେଣ୍ଟକୁ ଯେପରି ଭଲ ରୂପେ ଉପଭୋଗ କରିପାରିବେ ସେଦିଗରେ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି। ୫ ବର୍ଷ ପରେ ଭାରତକୁ ଟି୨୦ ବିଶ୍ୱକପ୍‌ ଫେରିଛି। ଚଳିତ ବର୍ଷ ପ୍ରାରମ୍ଭରେ ମେଲବୋର୍ନଠାରେ ଭାରତ ଓ ଅଷ୍ଟେଲିଆ ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲକୁ ଷ୍ଟାଡିୟମରେ ରେକର୍ଡ ୮୬,୧୭୪ ଦର୍ଶକ ଉପଭୋଗ କରିଥିଲେ। ଭାରତରେ ହେବାକୁଥିବା ଇଭେଣ୍ଟରେ ସମଗ୍ର ବିଶ୍ୱରୁ ୧୬ଟି ଦଳ ଭାଗ ନେବେ। ପପୁଆ ନ୍ୟୁ ଗିନି ଏହି ଟୁର୍ନାମେଣ୍ଟ ଖେଳିବା ଲାଗି ପ୍ରଥମଥର ଯୋଗ୍ୟତା ଅର୍ଜନ କରିଛି। କରୋନା ମହାମାରୀ ସମୟରେ ବିସିସିଆଇ ସଂଯୁକ୍ତ ଆରବ ଏମିରେଟ୍ସରେ ସଫଳତାର ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରିବା ସହ ଏଥିରୁ ଯଥେଷ୍ଟ ଅଭିଜ୍ଞତା ମଧ୍ୟ ହାସଲ କରିପାରିଛି ବୋଲି ସାହନେ କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ପୁରୁଷ ଟି୨୦ ବିଶ୍ୱକପ୍‌ର ୨୦୨୧ର ସଫଳ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଶାବାଦୀ ଅଛି। ଏହି ଅବସରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ”୧୯୮୭ରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ପରଠାରୁ ଭାରତ ବହୁ ଗ୍ଲୋବାଲ ଇଭେଣ୍ଟ ସଫଳତାର ସହିତ ଆୟୋଜନ କରିପାରିଛି। ବିଭିନ୍ନ ଦେଶର କ୍ରିକେଟରମାନେ ଭାରତ ଭଳି କ୍ରିକେଟ ପ୍ରିୟ ଦେଶରେ ଖେଳର ମଜା ଉଠାଇପାରିବେ। ଅତୀତରେ ଖେଳାଳି ଭାବେ ଆଇସିସି ଇଭେଣ୍ଟରେ ତାଙ୍କର ଅଭିଜ୍ଞତା ରହିଛି“।
ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟ ସଙ୍କଟ ଦେଖା ଦେଇଛି। ଏହି ପରିସ୍ଥିତିରେ ସୁରକ୍ଷିତ ଭାବେ କୌଣସି ମେଗା ଇଭେଣ୍ଟ ଆୟୋଜନ କରିବା ଏକ ବଡ଼ ଚ୍ୟାଲେଞ୍ଜ ନିଶ୍ଚୟ। ତେବେ ଭାରତୀୟ ବୋର୍ଡ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ଅତିକ୍ରମ କରିଯିବ। ଏପରିକି ଦର୍ଶକମାନେ ଯେପରି କ୍ରିକେଟର ମଜା ନେଇ ପାରିବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଥିବା ବିସିସିଆଇ ସମ୍ପାଦକ ଜୟ ଶାହା ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟୁର୍ନାମେଣ୍ଟରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନାମ୍ବିୟା, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ଓମାନ, ପାକିସ୍ତାନ, ପପୁଆ ନ୍ୟୁ ଗିନି, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଓ୍ବେଷ୍ଟଇଣ୍ଡିଜ ଦଳ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ପାକିସ୍ତାନ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବ ପିସିବ

କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସାମସନ

କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍‌…

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri