Posted inଖେଳ

ଟି -୨୦ ବିଶ୍ୱକପ୍‌ ପାଇଁ ଟିକେଟ ବିକ୍ରି ଆରମ୍ଭ: ଭାରତ-ପାକିସ୍ତାନ ମ୍ୟାଚ ଟିକେଟର ମୂଲ୍ୟ ଜାଣିଲେ ଉଡିଜିବ ହୋସ

ନୂଆଦିଲ୍ଲୀ,୨।୨: ଟି -୨୦ ବିଶ୍ୱକପ୍‌ ୨୦୨୪କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ଆଇସିସି ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ଟିକେଟ ବିକ୍ରି ଆରମ୍ଭ କରିଛି। ଜୁନ ୧ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବାକୁ ଥିବା ଟି -୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟ, ସୁପର -୮ ଏବଂ ସେମିଫାଇନାଲ ପାଇଁ ୨.୬୦ ଲକ୍ଷ ଟିକେଟ ଜାରି କରାଯାଇଛି। ଟିକେଟ ମୂଲ୍ୟ ବିଷୟରେ କହିବାକୁ ଗଲେ ସେମାନଙ୍କର ମୂଲ୍ୟ ବିଭିନ୍ନ କେଟାଗୋରୀ ଅନୁଯାୟୀ ଭିନ୍ନ ରଖାଯାଇଛି।

ଆଇସିସି ଦ୍ୱାରା ଦିଆଯାଇଥିବା ଟିକେଟର ସର୍ବନିମ୍ନ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି । ସବୁଠାରୁ ମହଙ୍ଗା ଟିକେଟ ମୂଲ୍ୟ ୨୦୭୧ ଟଙ୍କା ରଖାଯାଇଛି। ତେବେ t20worldcup.comର ୱେବସାଇଟ ଯାଇ ଟିକେଟ ବୁକ୍‌ କରିପାରିବେ। ଆଇସିସି ଦ୍ୱାରା ଦର୍ଶାଯାଇଥିବା ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ଆଇଡିରୁ ଗୋଟିଏ ମ୍ୟାଚରେ ସର୍ବାଧିକ ୬ ଟି ଟିକେଟ ବୁକ୍‌ କରିପାରିବେ।

ଟି -୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ ହେବାକୁ ଯାଉଛି। ବାସ୍ତବରେ ଭାରତୀୟ ଦଳ ପାକିସ୍ତାନ, ଆମେରିକା, କାନାଡା ଏବଂ ଆୟର୍ଲାଣ୍ଡ ସହିତ ଗ୍ରୁପ ଏରେ ଅଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ସହିତ ଭାରତ ଟି -୨୦ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ତେବେ ଜୁନ ୯ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ହମ୍ୟାଚ ନ୍ୟୁୟର୍କରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri