Categories: ଖେଳ

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୯: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଏହି ଟିମ ଜର୍ସି ନୀଳ ରଙ୍ଗର ଅଟେ। ଏଥିରେ ତିନୋଟି ଷ୍ଟାର ରହିଛି। ଏହି ଷ୍ଟାର ଭାରତୀୟ ଦଳର ତିନିଥର ବିଶ୍ୱ ଜିତିବାର ଏକ ଚିହ୍ନ। ଭାରତୀୟ ଦଳ ପ୍ରଥମେ ୧୯୮୩ରେ କପିଲ ଦେବଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଜିତିଥିଲା। ଏଥି ସହିତ ଟି-୨୦ ବିଶ୍ୱକପର ପ୍ରଥମ ସିଜନରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଜିତିଥିଲା। ଏହି ଦୁଇଟି ବିଶ୍ୱକପ ପରେ ଭାରତୀୟ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୦୧୧ରେ ତୃତୀୟ ଥର ପାଇଁ ବିଶ୍ୱକପ ଜିତିଥିଲା। ନୂଆ ଜର୍ସିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନଜର ଆସିଛନ୍ତି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଚତୁର୍ଥ ଥର ବିଶ୍ୱକପ ଜିତିବା ଉଦ୍ଦେଶ୍ୟରେ ଓହ୍ଲାଇବ। ଏହି ବିଶ୍ୱକପରେ ଭାରତୀୟ ଦଳକୁ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବାକୁ ପଡିବ।

Share