Categories: ଖେଳ

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୨।୯: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)   ଦଳ ଘୋଷଣା କରିଛି। ଏହି ଦଳରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ସ୍ଥାନ ପାଇଛନ୍ତି। ଏଥି ସହ ଜସପ୍ରୀତ ବୁମ୍‌ରା ଏବଂ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି।
ତେବେ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଦୀପକ ଚହର ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳରେ ସ୍ଥାନ ପାଇ ନାହାଁନ୍ତି। ଏଥି ସହିତ ଶ୍ରେୟାସ ଆୟର ଏବଂ ରବି ବିଷ୍ଣୋଇ ମଧ୍ୟ ବିଶ୍ୱକପ ଦଳରେ ନାହାଁନ୍ତି। ତେବେ ଏହି ସମସ୍ତ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବରେ ଦଳରେ ରଖାଯାଇଛି।
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), କେ.ଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ (ଉଇକେଟ୍‌କିପର), ଦୀନେଶ କାର୍ତ୍ତିକ (ଉଇକେଟ୍‌କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂ।
ଷ୍ଟାଣ୍ଡବାଇ ଖେଳାଳି- ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ ଏବଂ ଦୀପକ ଚହର

Share