Categories: ଖେଳ

ରୋହିତ ଶର୍ମାଙ୍କୁ ଦେଖି କାନ୍ଦିଲେ ପ୍ରଶଂସକ: ଏବେ ଦେବେ ଜୋରିମନା

ମେଲବୋର୍ନ,୭।୧୧: ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ଗ୍ରୁପ-୨ର ଶୀର୍ଷରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମ୍ୟାଚ ସମୟରେ ଜଣେ ଭାରତୀୟ ଯୁବ ପ୍ରଶଂସକ ବ୍ୟାରିକେଡିଂ ଭାଙ୍ଗି ସିଧାସଳଖ ପଡ଼ିଆରେ ପ୍ରବେଶ କରିଥିଲେ।
ସେ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ପ୍ରଶଂସକ ସିଧା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନିକଟକୁ ଦୌଡ଼ିଯାଇ ତାଙ୍କୁ ଦେଖି ଭାବପ୍ରବଣ ହୋଇଥିଲେ। ସେ ରୋହିତଙ୍କୁ ଦେଖିବା ମାତ୍ରେ କାନ୍ଦିବାକୁ ଲାଗିଲେ। ତେବେ ସେତେବେଳେ ସୁରକ୍ଷାକର୍ମୀମାନେ ମଧ୍ୟ ପ୍ରଶଂସକଙ୍କ ନିକଟରେ ପହଞ୍ଚି ତାଙ୍କୁ ଧରିଥିଲେ। ଏହା ପରେ ରୋହିତ ସେହି ପ୍ରଶଂସକଙ୍କୁ ଭେଟି ତାଙ୍କୁ କିଛି କହିଥିଲେ ଏବଂ ତା’ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ପୁନର୍ବାର ପାଭିଲିୟନକୁ ନେଇଗଲେ।
ତେବେ ଏହି ପ୍ରଶଂସକଙ୍କୁ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁରକ୍ଷା ନିଜୟ ଭାଙ୍ଗିଥିବାରୁ ଯୁବ ପ୍ରଶଂସକଙ୍କୁ ସାଢେ ୬ ଲକ୍ଷ ଲକ୍ଷ ଟଙ୍କା ଜୋରିମନା କରାଯାଇଛି।
ନଭେମ୍ବର ୯ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଭେଟିବ। ଏଥି ସହିତ ନଭେମ୍ବର ୧୦ରେ ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡର ଦଳ ମୁହାଁମୁହିଁ ହେବେ।

Share