Categories: ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍‌

କୋଲକତା,୨୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି କୋଲକତାରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିସାରିଛି। ଏବେ ସିରିଜ୍‌ କ୍ଲନ୍‌ସୁଇପ୍‌ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ସାରେ କାକରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ, ତେଣୁ ଟସ ପୁଣି ଥରେ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ କେଉଁଠାରେ ଖେଳାଯିବ?
କୋଲକତାର ଇଡେନ୍‌ ଗାର୍ଡେନରେ ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ।

ମ୍ୟାଚ୍‌ କେତେବେଳେ ଆରମ୍ଭ ହେବ?
ମ୍ୟାଚ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ସନ୍ଧ୍ୟା ୬.୩୦ରେ ଟସ ଅନୁଷ୍ଠିତ ହେବ।

ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚର ଲାଇଭ ଟେଲିକାଷ୍ଟକୁ କେଉଁଠାରେ ଦେଖିବେ?
ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ସିଧା ପ୍ରସାରଣ ହେବ। ଷ୍ଟାର ସ୍ପୋର୍ଟସ ୧, ଷ୍ଟାର ସ୍ପୋର୍ଟସ ୧ ଏଚ୍‌ଡି, ଷ୍ଟାର ସ୍ପୋର୍ଟସ ୧ ହିନ୍ଦୀ, ଷ୍ଟାର ସ୍ପୋର୍ଟସ ୧ ହିନ୍ଦୀ ଏଚ୍‌ଡି, ଷ୍ଟାର ସ୍ପୋର୍ଟସ ୧ ତାମିଲ, ଷ୍ଟାର ସ୍ପୋର୍ଟସ ୧ ତେଲୁଗୁ ଏବଂ ଷ୍ଟାର ସ୍ପୋର୍ଟସ ୧ କନ୍ନଡ ଚ୍ୟାନେଲରେ ମ୍ୟାଚ ଦେଖିପାରିବେ।

ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖିବେ?
ଡିଜନି + ହଟଷ୍ଟାରରେ ଆପଣ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

Share