ବାପାଙ୍କୁ ହତ୍ୟା କରିଥିଲା ଡି-କମ୍ପାନୀ: ପୁଅ ଏବେ ସଙ୍ଗୀତ ଜଗତର ବାଦ୍‌ଶାହା,୧୦୦୦ କୋଟିର ମାଲିକ…

ବମ୍ବେ: ବଲିଉଡ୍‌ରେ ସୁପର କ୍ୟାସେଟ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ‘ଟି-ସିରିଜ’ ନାମରେ ବ୍ୟବସାୟ କରୁଛି। ଗୁଲସନ କୁମାର ଦୁଆ ଏହାର ପ୍ରତିଷ୍ଠାତା ଥିଲେ। ୧୯୯୭ରେ ଗୁଲସନଙ୍କ ହତ୍ୟା କରିଦିଆଯାଇଥିଲା। ଏଥିଲାଗି ‘ଡି-କମ୍ପାନୀ’ ଦାୟୀ ବୋଲି କୁହାଯାଏ। ଗୁଲଶନଙ୍କ ପରେ ତାଙ୍କ ପୁଅ ଭୂଷଣ କୁମାର କମ୍ପାନୀର ଦାୟିତ୍ୱ ନିଜ ହାତକୁ ନେଇଥିଲେ। ସେ ଏହି କମ୍ପାନୀର ଅଧ୍ୟକ୍ଷ ଏବଂ ଏମ୍‌ଡି ଅଛନ୍ତି। ବର୍ତ୍ତମାନ ସମୟରେ ମଧ୍ୟ କମ୍ପାନୀର ମୁଖ୍ୟ ବ୍ୟବସାୟ ସଙ୍ଗୀତ ଏବଂ ଫିଲ୍ମ ରହିଥିବା ବେଳେ ଏହାର ମୂଲ୍ୟ ୧୦୦୦ କୋଟିରେ ପହଞ୍ଚିଛି।

ଭୂଷଣଙ୍କ ପ୍ରଚେଷ୍ଟା ଯୋଗୁ ‘ଟି-ସିରିଜ’ ଭାରତର ନମ୍ବର-୧ ମ୍ୟୁଜିକ୍‌ ଲେଭଲ୍‌ ପାଲଟିଛି। ଏହା ଫୋନୋଗ୍ରାଫ ରେକର୍ଡର ମ୍ୟାନୁଫ୍ୟାକ୍ଚରିଂ , ପ୍ରି-ରେକର୍ଡ ଅଡିଓ ଟେପ୍‌ ଏବଂ ଡିସ୍କ ଆଦିର ବ୍ୟବସାୟ କରୁଛି। ଏବେ କମ୍ପାନୀର ମୋଟ ମୂଲ୍ୟ ୪୩୧୦ କୋଟି ଟଙ୍କା ହେବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ୨୦୨୨ରେ ପ୍ରକାଶିତ ଧନୀ ତାଲିକାରେ ଭୂଷଣ ୧୭୫ନଂ ସ୍ଥାନରେ ରହିଥିଲେ। ସେ ନିଜର ବିଳାସମୟ ଜୀବନଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ପାଖରେ ମୁମ୍ବାଇର ଜୁହୁରେ ୧୬୭ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ରହିଛି। ଏହାଛଡ଼ା ତାଙ୍କର ଦିଲ୍ଲୀରେ ମଧ୍ୟ ଏକ ଘର ରହିଛି। ସେ ମୁକେଶ ଅମ୍ବାନୀଙ୍କ ପରେ ରୋଲ୍ସ ରୋଏସ୍‌ କୁଲିନାନ୍‌ ରଖିଥିବା ଦ୍ୱିତୀୟ ଭାରତୀୟ। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦୦୦ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri