Categories: ଖେଳ

ଯାଦବଙ୍କ ସ୍ଥାନରେ ନଟରାଜନ

ସିଡନୀ,୧।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନସ୍ବରୂପ ଉମେଶ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ଯାଦବ ଆହତ ହୋଇଥିବା ଯୋଗୁ ତାଙ୍କ ସ୍ଥାନରେ ନଟରାଜନଙ୍କୁ ସାମିଲ କରାଯାଇଛି।

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଶାର୍ଦ୍ଦୁଳ ଠାକୁରଙ୍କୁ ମହମ୍ମଦ ଶାମୀଙ୍କ ବିକଳ୍ପ ଭାବେ ଚୟନ କରାଯାଇଥିଲା। ଏବେ ଶାମି ଏବଂ ଯାଦବ ଉଭୟ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରିବେ।

ତେବେ ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷ ନିଜର ଡେବ୍ୟୁ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ସିରିଜର ୩ଟି ମ୍ୟାଚରେ ସେ ୫ ଉଇକେଟ ନେଇଥିଲେ। ନଟରାଜନ ଏଯାବତ ଗୋଟିଏ ଦିନିକିଆ ଏବଂ ତିନିଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share