Categories: ଖେଳ

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର ଆସିଥିଲା। ସେଥିରୁ ଗୋଟିଏ ଥିଲା ଦଳର ଷ୍ଟାର ବୋଲର୍‌ ଦୀପକ ଚାହର ନିଜର ପ୍ରଥମ ଓଭରରେ ଆହତ ହୋଇ ମଇଦାନ ବାହାରକୁ ଯିବା। ଏହାଛଡ଼ା ତୁଷାର ଦେଶପାଣ୍ଡେ ମଧ୍ୟ ଅସୁସ୍ଥ ଥିବା ଯୋଗୁ ବାଦ୍‌ ପଡ଼ିଥିଲେ।

ମ୍ୟାଚ୍‌ ପରେ ଚେନ୍ନାଇ ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଚାହରଙ୍କ ଆଘାତକୁ ନେଇ ଅପ୍‌ଡେଟ୍‌ ଦେଇଛନ୍ତି। ସେ କହିଛନ୍ତି ଯେ ସ୍ଥିତି ଠିକ୍‌ ହେବା ଭଳି ଲାଗୁ ନାହିଁ। ଏଣୁ କ୍ୟାରିୟରରେ ଅନେକ ଥର ଆହତ ହୋଇଥିବା ଚାହର ପୁଣିଥରେ ଆହତ ହେବା ଯୋଗୁ ଅଡ଼ୁଆରେ ଫସୁଥିବା ନଜର ଆସୁଛି। ତାଙ୍କର ଫିଟ୍‌ନେସ ଯୋଗୁ ଚୟନକର୍ତ୍ତା ତାଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଚୟନ କରି ନ ଥିବା ଚର୍ଚ୍ଚା ହେଉଛି।

Share