Posted inଖେଳ

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଏଣ୍ଟ୍ରି ମାରିଲେ ୭ଟିମ୍‌, ୮ ନମ଼୍ବରରେ କିଏ?

ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ରେ ସୁପର ୮ ପାଇଁ ୭ଟି ଟିମ୍‌ ସ୍ଥାନ ପକ୍କା କରିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକା, ଭାରତ, ୱେଷ୍ଟ-ଇଣ୍ଡିଜ୍‌, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍‌ ଆଫ୍ରିକା, ଆଫଗାନିସ୍ତାନ ରହିଛନ୍ତି । ଏବେ ପ୍ରଶ୍ନ ହେଉଛି କି କେଉଁ ଦୁଇଟି ଦଳ ଅଷ୍ଟମ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅଷ୍ଟମ ସ୍ଥାନ ପାଇଁ ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ କଡ଼ା ଟକ୍କର ହେବ । କେଉଁ ଦଳ ସୁପର ୮ରେ ପହଞ୍ଚିବ ତାହା ଦେଖିବାକୁ ବାକି ରହିଲା ।

ଗ୍ରୁପ ଡିରେ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ରେ ପ୍ରବେଶ କରିଛି । ନେପାଳ ପାଖରେ ବର୍ତ୍ତମାନ ସୁପର ୮ରେ ପହଞ୍ଚିବାର କୌଣସି ସୁଯୋଗ ନାହିଁ । ଗ୍ରୁପ ଡିରୁ ବାଂଲାଦେଶ ସୁପର ୮ ରେ ପହଞ୍ଚିବାର ଅଧିକ ସମ୍ଭାବନା ଅଛି । ନେଦରଲ୍ୟାଣ୍ଡର ୨ ପଏଣ୍ଟ ରହିଛି । ଦଳ ଏପର୍ଯ୍ୟନ୍ତ ୪ ପଏଣ୍ଟ ହାସଲ କରିବା ପରେ ସୁପର ୮ରେ ପହଞ୍ଚି ପାରିବ । କିନ୍ତୁ ଏଥିପାଇଁ ଦଳକୁ ଶ୍ରୀଲଙ୍କାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ।

ଯଦି ନେଦରାଲ୍ୟାଣ୍ଡ ଶ୍ରୀଲଙ୍କାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରେ ତେବେ ସେମାନଙ୍କ ଭାଗ୍ୟ ନେପାଳର ହାତରେ ରହିବ । ଯଦି ନେପାଳ ବାଂଲାଦେଶକୁ ପରାସ୍ତ କରେ ତେବେ ନେଦରଲ୍ୟାଣ୍ଡ ଦଳ ଯୋଗ୍ୟତା ଅର୍ଜନ କରିବ। ଯଦି ବାଂଲାଦେଶ ନେପାଳକୁ ପରାସ୍ତ କରେ ତେବେ ଦଳ ସୁପର ୮ରେ ପହଞ୍ଚିବ ଏବଂ ନେଦରଲ୍ୟାଣ୍ଡ ସୁପର ୮ରେ ପହଞ୍ଚିବ ।

ଅନ୍ୟପଟେ ରବିବାର ୩ ମ୍ୟାଚ୍‌ ସିରିଜ୍‌ ବିଶିଷ୍ଟ ୱାନ୍‌ଡେ ଇଣ୍ଟରନ୍ୟାସନାଲର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରର ଏମ୍‌ ଚିନ୍ନାସ଼୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟ୍‌ ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଦୁଇ ଟିମ୍‌ ଏହି ସିରିଜ୍‌ ଜରିଆରେ ବାଂଲାଦେଶରେ ଅକ୍ଟୋବର ମାସରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ଼୍ବକପ୍‌ ୨୦୨୪ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିବେ । ହରମନ୍‌ପ୍ରୀତ୍‌ କୌରଙ୍କ ଅଧିନାୟକତ଼୍ବରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ଚଳିତ ବର୍ଷ ଜାନୁଆରୀ ମାସରେ ୱାନ୍‌ଡେ ଓ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା । ଏହାପରେ ଭାରତୀୟ ଟିମ୍‌ ବାଂଲାଦେଶକୁ ତାର ଘରୋଇ ମାଟିରେ ଟି-୨୦ ସିରିଜ୍‌କୁ ୫-୦ରେ ପରାସ୍ତ କରିଥିଲା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଏହି ସଫଳତା ବଜାୟ ରଖିବାକୁ ଚେଷ୍ଟା କରିବା ବୋଲି ଜଣାପଡ଼ିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri