Posted inଫୁରସତ

ପ୍ରାଚୀନ ଗୁମ୍ଫାରୁ ତନ୍ତ୍ରଭିତ୍ତିକ ସାମଗ୍ରୀ

ଜେରୁଜେଲମ: ଏହି ରହସ୍ୟମୟୀ ଦୁନିଆରେ କେଉଁଠାରେ କ’ଣ କ’ଣ ଅଛି ତାହା କଳ୍ପନା କରିବା କଷ୍ଟକର। ଅନେକ ସମୟରେ ଏପରି କିଛି ଜିନିଷ ଆମ ଆଖିଆଗକୁ ଆସେ, ଯାହା ଆଶ୍ଚର୍ଯ୍ୟ ଲାଗେ। ଏପରି କିଛି ଜିନିଷ ଇସ୍ରାଏଲର ଜେରୁଜେଲମରେ ଦେଖିବାକୁ ମିଳିଛି। ଏଠାରେ ହଜାରେ ବର୍ଷ ପୁରୁଣା ଏକ ଗୁମ୍ଫା ମିଳିଛି। ଏହା ଭିତରକୁ ଯେତେବେଳେ ବୈଜ୍ଞାନିକମାନେ ଗଲେ ସେଠାରେ ସେମାନେ ଅନେକ ଦୀପ, ଖପୁରି, ଅସ୍ତ୍ରଶସ୍ତ୍ର, ମୁଦ୍ରା ଏବଂ ବିଭିନ୍ନ କଳାକୃତି ଦେଖିବାକୁ ପାଇଥିଲେ। ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ହାୱାର୍ଡ ଥିଓଲେଡିକାଲ ରିଭ୍ୟୁର ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଏଠାରେ ଏପରି କିଛି ଜିନିଷର ପ୍ରମାଣ ମିଳିଛି, ଯାହା ରୋମାନ ଯୁଗରେ ହେଉଥିବା ମୃତ୍ୟୁ ଯାଦୁର ପ୍ରାଚୀନ ପ୍ରଥାର ନମୁନା ମିଳିଛି। ଜେରୁଜେଲମର ୩୦ କି.ମି. ପଶ୍ଚିମରେ ଏକ ଟିଓମିମ୍‌ ନାମକ ଗୁମ୍ଫା ରହିଛି, ୧୮୭୩ରୁ ଏହାର ଅଧ୍ୟୟନ କରାଯାଉଛି। ଏଠାରେ ବୋହୁଥିବା ପାଣିରେ ଲୋକଙ୍କ ଚିକିତ୍ସା କରାଯାଉଥିବା ଅନୁସନ୍ଧାନକାରୀମାନେ ସନ୍ଦେହ କରୁଥିଲେ। ଲୋକମାନେ ୪୦୦୦ ବିସି ଏବଂ ୪ର୍ଥ ଶତାବ୍ଦୀରେ ଏଠାରେ ରହୁଥିଲେ। ଏହି ଗୁମ୍ଫାର ବ୍ୟବହାର ମରିଯାଇଥିବା ଲୋକଙ୍କ ସହ କଥା ହେବାକୁ ପ୍ରୟାସ କରାଯାଉଥିଲା। ଅର୍ଥାତ୍‌ ଏଠାରେ ତାନ୍ତ୍ରିକ କାର୍ଯ୍ୟ ସବୁ କରାଯାଉଥିଲା। ପରେ ଦ୍ୱିତୀୟ ଶତାବ୍ଦୀ ବିସିରେ ବାର୍‌ କୋଖ୍‌ୱା ସମୟରେ ବିଦ୍ରୋହୀମାନେ ଏଠାରେ ଲୁଚି ରହିବାକୁ ଏହାକୁ ବ୍ୟବହାର କଲେ। ଏହି ଗୁମ୍ଫା ବହୁତ ଗଭୀର। ସେଥିପାଇଁ ଏଠାରେ ତାନ୍ତ୍ରିକ ଗତିବିଧି କରାଯାଉଥିବା ଅନୁମାନ କରାଯାଉଛି। ଜେରୁଜେଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ଗୁମ୍ଫା ଅନୁସନ୍ଧାନ କେନ୍ଦ୍ରର ସହଯୋଗରେ ପ୍ରତ୍ନତତ୍ତ୍ୱବିତ୍‌ ଏହାକୁ ଖୋଳୁଛନ୍ତି। ଏହି ସମୟରେ ସେଠାରେ ମଣିଷ ଖପୁରିର କିଛି ଭଗ୍ନ ଅଂଶ, ୧୨୦ ତେଲ ଦୀପ, ପ୍ରାଚୀନ ମାଟିର ବାସନ ଏବଂ ୨୦୦୦ ବର୍ଷ ପୁରୁଣା କାଂସ୍ୟ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ଏହାକୁ ସାବଧାନତା ସହକାରେ ଲୁଚା ଯାଇଥିଲା। ରିପୋର୍ଟ ମୁତାବକ, ରୋମାନ ଯୁଗ ସମୟରେ ଗୁମ୍ଫାରେ ତନ୍ତ୍ରଭିତ୍ତିକ ଶୋଭାଯାତ୍ରା ହେଉଥିଲା। ଏଠାରେ ଭଗବାନଙ୍କୁ ଆହ୍ବାନ କରାଯାଉଥିଲା। କିନ୍ତୁ ବାର କୋଖ୍‌ୱା ବିଦ୍ରୋହ ପରେ ଏଠାରେ ସବୁ ପରିବର୍ତ୍ତନ ହୋଇଯାଇଥିଲା। ପ୍ରଥମେ ଏହା ଜହୁଦୀଙ୍କ କ୍ଷେତ୍ର ଥିଲା। ଏହାପରେ ରୋମାନ ସାମ୍ରାଜ୍ୟର ବିସ୍ଥାପନ ହୋଇଥିଲା। ଏମାନେ ତେଲଦୀପ, କଂସା ବାସନ, ଅସ୍ତ୍ରଶସ୍ତ୍ରର ବ୍ୟବହାର କରି ତନ୍ତ୍ରମନ୍ତ୍ର କରୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri