ବଜାରରେ ସିମ୍ଫୋନିର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୨(ଅଭୟ ଦାଶ): ସିମ୍ଫୋନି ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ୱାଟର ହିଟର ରେଞ୍ଜ ‘ସିମ୍ଫୋନି ସ୍ପା,ସଉନା ଏବଂ ସୋଲ୍‌’ର ଶୁଭାରମ୍ଭ କରାଯାଇଛି। ଏପରି କି ପାଣି ଗରମ କରିବା ବ୍ୟବସ୍ଥାକୁ କମ୍ପାନୀ ପ୍ରବେଶ କରିଛି। କମ୍ପାନୀ ୯-ଲେୟର ବିଶିଷ୍ଟ ପ୍ୟୁରୋପଡ୍‌ ପ୍ରଯୁକ୍ତି ସହିତ ୱାଟର ହିଟର ବର୍ଗ ପ୍ରଚଳନ କରିଛି, ଯାହା କେଶ ଝଡ଼ିବାର ଅନ୍ୟତମ କାରଣ ହୋଇଥିବା କ୍ଷାରୀୟ ଜଳକୁ ମୃଦୁ ଜଳରେ ରୂପାନ୍ତରିତ କରୁଛି, କ୍ଷତିକାରକ ରସାୟନ ଓ ଅନ୍ୟାନ୍ୟ ଦ୍ରବ୍ୟକୁ ମଧ୍ୟ ଛାଣିଦେଉଛି। ସେହିଭଳି ଏହି ୩ଟି ମଡେଲ ଯଥାକ୍ରମେ ୧୦ ଲିଟର, ୧୫ଲିଟର ଏବଂ ୨୫ଲିଟର କ୍ଷମତାରେ ଆସୁଛି। ଏଥିସହ କମ୍ପାନୀ ସ୍ପା ବର୍ଗରେ ମଧ୍ୟ ସ୍ମାର୍ଟବାଥ୍‌ ପ୍ରଯୁକ୍ତି ପ୍ରଚଳନ କରିଛି। ଏହା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ ହେଉଛି। ଏ ସମ୍ପର୍କରେ ସିମ୍ଫୋନି ଲିମିଟେଡ୍‌ର ଚେୟାରମ୍ୟାନ ତଥା ଏମ୍‌ଡି ଅଚଲ ବକେରି କହିଥିଲେ, ଆମେ ଆମର ‘ଆସନ୍ତାକାଲି ସମ୍ପର୍କରେ ଚିନ୍ତନ କରିବା’ ଦର୍ଶନ ଦ୍ୱାରା ପରିଚାଳିତ ହେଉଛି। ଏପରିକି ଆମେ ଆସନ୍ତାକାଲି ଓ ଆଜି ସମ୍ପର୍କରେ ମଧ୍ୟ ବିଚାର କରିଥାଉ ଏବଂ କେଶ ଓ ତ୍ୱଚା ଉପରେ କ୍ଷାରୀୟ ଜଳର ପ୍ରଭାବ ଓ ତାହା ସହିତ ଉଚ୍ଚତାରେ ଖଞ୍ଜାଯାଇଥିବା ଗିଜର ପରିଚାଳନା କରିବାରେ ଅସୁବିଧା ସମ୍ପର୍କରେ ମଧ୍ୟ ଗ୍ରାହକଙ୍କ ଅନ୍ତର୍ଦୃଷ୍ଟିକୁ ଏକତ୍ରିତକରି ଏହି ଅନନ୍ୟ ଗିଜର ବିକଶିତ କରିଛୁ। ଜଳର କ୍ଷାରୀୟ ଅଂଶ ହ୍ରାସ କରିବା ପାଇଁ ଉନ୍ନତ ଫିଲଟ୍ରେସନ ଏବଂ ଏକ ଏଆଇ ସମର୍ଥିତ ସ୍ପ୍ଲାଶ୍‌-ପ୍ରୁଫ ଓୟାରଲେସ କଣ୍ଟ୍ରୋଲର ସହ ଆମ ଗିଜରଗୁଡ଼ିକ ସହଜ ପରିଚାଳନାକୁ ସୁନିଶ୍ଚିତ କରୁଛି। ସେହିଭଳି ସିମ୍ଫୋନି ଲିମିଟେଡର ଗ୍ରୁପ୍‌ ସିଇଓ ଅମିତ କୁମାର କହିଥିଲେ, ଭାରତର ବର୍ଦ୍ଧିତ ମଧ୍ୟମ ବର୍ଗ ଆଧୁନିକ ବିଳାସ ଚାହୁଁଛନ୍ତି ଏବଂ ଆମେ ସିମ୍ଫୋନି ସ୍ପା ଗିଜରକୁ ବଜାର ପ୍ରବେଶ କରାଇବା ନେଇ ବେଶ୍‌ ଉଲ୍ଲସିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି ଉଦବେଗ୍‌ ପ୍ରକାଶ କଲେ

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

ଜାମିନ ପାଇବା ପରେ ନିଶାଙ୍କ ବଡ଼ ପ୍ରତିକ୍ରିୟା, କହିଲେ ମୁଁ ଆଉ…

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ଜାମିନ ପାଇବା ପରେ ନିଶା ମହାରଣା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଁ ପୁଣି ମଞ୍ଚ ଚଢ଼ିବି। କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ…

‘ଜଙ୍ଗଲ ନିଆଁକୁ ରୋକିବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା’, ସଭାରେ ଯୋଗ ଦେଇ ଉପଜିଲାପାଳ କହିଲେ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…

ରାଜପଥରେ ବିତୁଛି  ଜୀବନ: ୭ଶହ ବର୍ଷର କୌଳିକ ବୃତ୍ତିକୁନେଇ ଘର ଚଳାଉଛନ୍ତି ବଚିଲାଲ 

କେସିଙ୍ଗା,୧୦।୨(ତୁମେଶ୍ୱର ସାହୁ):ରାଜସ୍ତାନରୁ ଓଡ଼ିଶା ଆସି  ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଖରା ବର୍ଷାରେ ଜାତୀୟ ରାଜପଥ ପାର୍ଶ୍ୱରେ କୌଳିକ ବୃତ୍ତିକୁ ଆପଣେଇଛନ୍ତି ବଚିଲାଲ ଲୁହାର। କଳାହାଣ୍ଡି ଜିଲା…

ଭାରତ ସହିତ ଖେଳିବାକୁ ପାକିସ୍ତାନ ରାଜି ହେବା ପରେ ରାତାରାତି ଦ୍ୱିଗୁଣିତ ହୋଇଗଲା ଫ୍ଲାଇଟ୍‌ ଟିକେଟ୍‌ ଦାମ୍‌

ନୂଆଦିଲ୍ଲୀ,୧୦।୨: ICC ସହିତ ଏକ ବୈଠକ ପରେ, ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ମ୍ୟାଚ ୧୫ ଫେବୃଆରୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri