Posted inଫୁରସତ

ପ୍ରେମର ପ୍ରତୀକ

କେଉଁଠି କିପରି ପ୍ରେମ ହୋଇଯାଏ ତାହା କାହାକୁ ଜଣା ନଥାଏ । ଏମିତି କେହି ନାହାନ୍ତି ଯାହାଙ୍କୁ ପ୍ରେମ ଛୁଇଁପାରି ନାହିଁ। ତେବେ ପ୍ରେମର ସ୍ବରୂପ ଭିନ୍ନଭିନ୍ନ । ପ୍ରତୀକ ବି ଅନେକ । ସେଥିମଧ୍ୟରେ କେତୋଟି
ପ୍ରତୀକ ସମ୍ପର୍କରେ…

ଗୋଲାପ- ଗୋଲାପ ଫୁଲକୁ ପ୍ରେମର ପତୀକ ବୋଲି କୁହାଯାଏ। ଗୋଲାପର ରଙ୍ଗକୁ ନେଇ କେହି କେହି କୁହନ୍ତି- ଧଳା ପବିତ୍ରତା, ହଳଦିଆ ବନ୍ଧୁତ୍ୱ ଏବଂ ଲାଲ ଗୋଲାପ ପ୍ରେମର ପ୍ରତୀକ। ପୁଣି ଗୋଲାପ ଫୁଲର କଢ଼ିକୁ ପ୍ରେମ ଆଉ ସରଳତାର ପ୍ରତୀକ ବୋଲି କେହି କେହି ବିବେଚନା କରିଥାନ୍ତି। ପ୍ରସ୍ଫୁଟିତ ଗୋଲାପ ବିକଶିତ ପ୍ରେମର ପ୍ରତୀକ। ଫୁଟନ୍ତା ଗୋଲାପ ସହ ଦୁଇଟି କଢ଼ି ରହିଥିଲେ ଏହା ପ୍ରେମର ଗୋପନୀୟତାର ପ୍ରତୀକ।

ପାନ- ପାନକୁ ସାଧାରଣତଃ ଖିଲିପାନ ଭାବେ ବ୍ୟବହାର କରାଯାଇଥାଏ। ଏହାର ଔଷଧୀୟ ଗୁଣ ରହିଛି। ପୁଣି ଶୁଭକାର୍ଯ୍ୟ ଓ କେତେକ ପୂଜାବିଧିରେ ପାନ ଲୋଡ଼ା ପଡ଼େ। ପାନ ସହିତ ଗୋଟାଗୁଆ ଦେବାରେ ବନ୍ଧୁତ୍ୱ ସ୍ଥାପନର ଦୃଢ଼ତା ରହିବାର ବିଶ୍ୱାସ କରାଯାଏ। ତେବେ ପାନ ପତରରେ ତୀର ମରାଯାଇଥିବା ଚିତ୍ରକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ। ଉତ୍ତର ଆମେରିକାରେ ଏମିତି ଏକ ଲୋକକଥା ରହିଛି – ଏଠାକାର ବାସିନ୍ଦାମାନେ ସୁନିଦ୍ରା ଓ ସୁଖଦାମ୍ପତ୍ୟ ଜୀବନପାଇଁ ପାନପତରକୁ ଶଯ୍ୟାର ଏକ ପାଖରେ ରଖିଥାନ୍ତି।

ଫୁଲ ଓ ଭଅଁର- ଅନେକ ପୁରାତନ କାବ୍ୟ କବିତାରେ ଫୁଲ ଓ ଭଅଁରକୁ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। କେବେ ଫୁଲ ଓ ଭଅଁର ଶାଶ୍ୱତ ପ୍ରେମର ଭାବକୁ ପରିପ୍ରକାଶ କରେ ତ ପୁଣି କେବେ ଈଶ୍ୱରୀୟ ଅବଦାନରେ ଯିଏ ଯାହା ପାଇଁ ରହିଛି ବୋଲି କୁହାଯାଇଥାଏ। ସେହିପରି ଫୁଲରେ ବସିଥିବା ପ୍ରଜାପତିକୁ ମଧ୍ୟ ପ୍ରେମର ପ୍ରତୀକଭାବେ ଗ୍ରହଣକରାଯାଇଥାଏ।

ସେଓ- ସେଓ ସାଧାରଣତଃ ରୋଗୀ ଓ ଭୋଗୀ ସମସ୍ତଙ୍କର ପ୍ରିୟ। ଅନ୍ୟପକ୍ଷେ ପ୍ରେମ ଓ ସେଓକୁ ନେଇ କେତେକ ରୋଚକ କାହାଣୀ ରହିଛି । ଗ୍ରୀକ୍‌ ପୌରାଣିକ କଥାବସ୍ତୁ ଅନୁଯାୟୀ ଆଫ୍ରୋଡାଇଟ, ଏଥେନା ଓ ହେରା ଏହି ତିନି ଦେବୀଙ୍କ ମଧ୍ୟରେ କିଏ ସବୁଠୁ ସୁନ୍ଦରୀ ଏହି କଥା ଜାଣିବା ପାଇଁ ମୋର୍ଟାଲ୍‌ ପେଲ୍ୟୁସ୍‌ର ରାଜକୁମାର ପାରିସ୍‌ଙ୍କୁ ଏହାର ସମାଧାନ ପାଇଁ ଡକାଗଲା। ତେବେ ଏହି ତିନିଦେବୀ ରାଜକୁମାରଙ୍କୁ ଭିନ୍ନଭିନ୍ନ ପ୍ରଲୋଭନ ଦେଖାଇଥିଲେ। ଆଫ୍ରୋଡାଇଟ ତାଙ୍କୁ ପ୍ରେମର ପ୍ରଲୋଭନ ଦେଖାଇଥିଲେ। ଆଉ ତାଙ୍କୁ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ହେଲେନ୍‌ଙ୍କୁ ପ୍ରଦାନ କରିଥିଲେ। ଯେକି ଗ୍ରୀକ୍‌ ରାଜା ମେନେଲୌସ୍‌ଙ୍କ ପତ୍ନୀ ଥିଲେ। ଏଥିରେ ଖୁସିହୋଇ ରାଜକୁମାର ତାଙ୍କ ହାତରେ ଏକ ସୁନାର ସେଓ ପ୍ରଦାନ କରିଥିଲେ। ଆଉ ଏକ କିମ୍ବଦନ୍ତୀ ଅନୁଯାୟୀ ଏଠାକାର ଦେବଦେବୀମାନେ ନିୟମିତ ଇଡେନ ଗାର୍ଡେନରୁ ସେଓ ସେବନ କରିଥାନ୍ତି। ପୁଣି ଜରାଜୀଣ୍ଣ ଅବସ୍ଥାକୁ ଦୂରେଇବା ତଥା ଚିରକାଳ ସୁନ୍ଦର ଆଉ ସୁସ୍ଥ ରହିବା ଲାଗି ସେଓକୁ ବ୍ୟବହାର କରିଥାନ୍ତି। ପୁଣି ଚାଇନାରେ ସେଓକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ ।

କପୋତ- କପୋତକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଉଥିବା ବେଳେ କେହି କେହି ପ୍ରେମର ପ୍ରତୀକ ରୂପେ ବିବେଚନା କରିଥାନ୍ତି। କପୋତମାନଙ୍କ ମଧ୍ୟରେ ମାଈ ଓ ଅଣ୍ଡିରା କପୋତ ସବୁବେଳେ ଯୋଡ଼ିହୋଇ ରହିବାକୁ ପସନ୍ଦ କରନ୍ତି। ଏମାନେ ପରସ୍ପରକୁ ଖୁବ୍‌ ଭଲପାଆନ୍ତି ଓ ବିଶ୍ୱସ୍ତ ହୋଇଥାନ୍ତି ।

ହଂସ- ହଂସମାନେ ସାଧାରଣତଃ ଯୋଡ଼ିହୋଇ ପହଁରନ୍ତି ଓ ଖାଦ୍ୟସଂଗ୍ରହ କରନ୍ତି। ପୁଣି ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ହଂସ ଯୋଡ଼ିହୋଇ ସବୁବେଳେ ପରସ୍ପର ମଧ୍ୟରେ ସମୟ ବିତାଇଥାନ୍ତି। ଏମାନଙ୍କୁ ବି ପ୍ରେମର ପ୍ରତୀକ ଭାବେ ଅନେକେ ଗ୍ରହଣ କରିଥାନ୍ତି।

ହୃଦୟ- ଲାଲରଙ୍ଗର ହୃଦୟର ଚିତ୍ରକୁ ପ୍ରେମର ସଙ୍କେତ ରୂପେ ବ୍ୟବହାର କରାଯାଏ। କୁହାଯାଏ ପ୍ରେମର ସ୍ଥାନ ହୃଦୟରେ। ଏଥିପାଇଁ ହୁଏତ ହୃଦୟକୁ ପ୍ରେମର ପ୍ରତୀକ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri