Posted inଜାତୀୟ

ଆଦାନୀ ଦୁର୍ନୀତିର ପ୍ରତୀକ: ରାହୁଲ

କୋଲାର,୧୭ା୪ : କର୍ନାଟକର କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ଅବସରରେ ଆଦାନୀ ‘ଦୁର୍ନୀତି’ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋର୍‌ଦାର ସମାଲୋଚନା କରିଛନ୍ତି। ସେ କେନ୍ଦ୍ରର ଭାଜପା ସରକାରଙ୍କୁ ଭୟ କରନ୍ତି ନାହିଁ ବୋଲି ଦୋହରାଇଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ କୋଲାରରେ ମୋଦି ସାଙ୍ଗିଆ ମନ୍ତବ୍ୟ ଦେଇ ରାହୁଲ ଦୋଷୀସାବ୍ୟସ୍ତ ହେବା ପରେ ଗତ ମାସରେ ତାଙ୍କର ସଦସ୍ୟତା ରଦ୍ଦ ହୋଇଥିଲା। ମାର୍ଚ୍ଚ ୨୯ରେ କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରବିବାର ରାହୁଲ ପ୍ରଥମ ଥର ପାଇଁ ଉକ୍ତ ରାଜ୍ୟକୁ ପ୍ରଚାରରେ ଆସିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କର ବ୍ୟବସାୟୀ ଗୌତମ ଆଦାନୀଙ୍କ ସହ ସମ୍ପର୍କ ପ୍ରସଙ୍ଗ ଉଠାଇ ତାଙ୍କୁ ଟାର୍ଗେଟ କରିଥିଲେ। ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି କେନ୍ଦ୍ର ସରକାର ତାଙ୍କୁ ଭୟଭୀତ କରିଥିବା ଭାବୁଛନ୍ତି। ସେ ଭୟଭୀତ ହେବା ବ୍ୟକ୍ତି ନୁହନ୍ତି ବୋଲି ଜନସାଧାରଣଙ୍କୁ ରାହୁଲ କହିଥିଲେ। ପ୍ରତିରକ୍ଷା ଭିତ୍ତିଭୂମି ଚଳାଉଥିବା ଆଦାନୀ ଗ୍ରୁପ୍‌ ବିରୋଧରେ ତଦନ୍ତ କରାଯାଉ ନାହିଁ। ଆଦାନୀ ତାଙ୍କ ସେଲ୍‌ କମ୍ପାନୀରେ ଜଣେ ଚାଇନା ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ଦୁର୍ନୀତିର ପ୍ରତୀକ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କର କ’ଣ ସମ୍ପର୍କ ସେ ଜାଣିବାକୁ ଚାହାନ୍ତି ବୋଲି ରାହୁଲ କହିଥିଲେ। ଆଦାନୀଙ୍କୁ ବିମାନବନ୍ଦର ଦେବା ଲାଗି ସରକାର ନିୟମ ବଦଳାଇ ଦେଉଥିବା ସେ ଅଭିଯୋଗ କରିଛନ୍ତି।
ଭାଜପା ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଅପମାନିତ କରିଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। ଉପା ସରକାର ସମୟରେ ଜାତି ଜନଗଣନା ହୋଇଥିଲା। ଭାଜପା କ୍ଷମତାକୁ ଆସିବା ପରେ ଉକ୍ତ ତଥ୍ୟକୁ ଲୁଚାଇଦେଇଛି। କେନ୍ଦ୍ରର ଭାଜପା ସରକାରରେ ଏସ୍‌ସି, ଏସ୍‌ଟି ଏବଂ ଓବିସିକୁ ମାତ୍ର ୭ ପ୍ରତିଶତ ପ୍ରତିନିଧିତ୍ୱ ମିଳିଛି। ଜାତି ଜନଗଣନା ତଥ୍ୟ ପ୍ରଘଟ ହେଲେ କିଏ ଓବିସିଙ୍କୁ ଅପମାନିତ କରୁଛି, ସ୍ପଷ୍ଟ ହୋଇଯିବ ବୋଲି ରାହୁଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri