Categories: ଜାତୀୟ

ପାକିସ୍ତାନରେ ଖୋଲା ବୁଲୁଛନ୍ତି ସୟଦ ସଲାଉଦ୍ଦିନ: ଭାରତ କହିଲା ଟେରର ସପୋର୍ଟିଂ ନେଶନ…

ନୂଆଦିଲ୍ଲୀ,୨୩।୨ : ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀମାନେ ପାକିସ୍ତାନରେ ଖୋଲାଖୋଲି ଭାବରେ ବୁଲୁଛନ୍ତି। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୟଦ ସଲାଉଦ୍ଦିନଙ୍କୁ ଏବେ ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ତାଙ୍କ ଭାରତ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ କରାଯାଇଛି।

ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ (ଫ୍ୟାଟ୍ଫ) କୁ କହିଛି। ଭାରତ ପାକିସ୍ତାନକୁ ଟେରର ସପୋର୍ଟିଂ ନେଶନ ବୋଲି କହିଛି।

ରାଓ୍ବଲପିଣ୍ଡିର ସଲାଉଦ୍ଦିନଙ୍କୁ ଦେଖିବାକୁ ମିଳିଛି। ସେ ନିହତ ଆତଙ୍କବାଦୀ ବଶିର ଅହମ୍ମଦ ପିରଙ୍କ ଅନ୍ତିମ ସଂସ୍କାର ଅବସରରେ ଉପସ୍ଥିତ ଥିଲେ। ଏବେ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି।

Share