Posted inଖେଳ

ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦: ବେଙ୍ଗଲଠାରୁ ହାରିଲା ଓଡ଼ିଶା

କୋଲକାତା, ୧୧ା୧ (ପି.ଟି.)-ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦ ଟୁର୍ନାମେଣ୍ଟର ରବିବାର ଖେଳାଯାଇଥିବା ଏକ ଏଲିଟ୍‌ ଗ୍ରୁପ୍‌ ‘ବି’ ମ୍ୟାଚରେ ଆୟୋଜକ ବେଙ୍ଗଲ ୯ ଉଇକେଟରେ ଓଡ଼ିଶାକୁ ପରାସ୍ତ କରିଛି। ଏହି ମ୍ୟାଚରେ ବେଙ୍ଗଲ ଅଧିନାୟକ ଅନୁଷ୍ଟୁପ୍‌ ମଜୁମଦାର ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଈଶାନ୍ତ ପୋରେଲ (୪/୨୬) ଓ ଆକାଶ ଦୀପ୍‌ (୨/୨୦)ଙ୍କ ଉଚ୍ଚକୋଟୀର ବୋଲିଂ ଯୋଗୁ ଓଡ଼ିଶା ବ୍ୟାଟ୍ସମ୍ୟାନମାନେ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ଓପନର ଶାନ୍ତନୁ ମିଶ୍ର (୬) ଶୁଭଙ୍କର ବଳଙ୍କ ଦ୍ୱାରା ରନ ଆଉଟ ହୋଇ ଶୀଘ୍ର ପ୍ୟାଭିଲିଅନ ଫେରିଥିଲେ। ନିୟମିତ ଉଇକେଟ ପତନ ଘଟିବାରୁ ଦଳର ଇନିଂସ ଆଗେଇ ପାରି ନ ଥିଲା। ଏକଦା ୩୦ରନ ସ୍କୋରରେ ଓଡ଼ିଶା ୫ ଉଇକେଟ ହରାଇ ସାରିଥିଲା। ମାତ୍ର ୬ଷ୍ଠ ଉଇକେଟରେ ରାଜେଶ ଧୂପର (୩୭) ଓ ଅଙ୍କିତ ଯାଦବ (୩୨)ଙ୍କ ମଧ୍ୟରେ୬୫ରନର ପାର୍ଟନରଶିପ୍‌ ଯୋଗୁ ଦଳ ୨୦ ଓଭରରେ ୧୧୩ ରନ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ବେଙ୍ଗଲ ଦଳ ୧୨.୨ ଓଭରରେ ୧ ଉଇକେଟ ବିନିମୟରେ ୧୧୪ ରନ କରି ମ୍ୟାଚ ଜିତିନେଇଥିଲା। ଓପନର ବିବେକ ସିଂ ୩୫ ବଲରୁ ୫୪ (୬ ଚୌକା ଓ ୨ ଛକା) ରନ କରି ଅପରାଜିତ ଥିଲେ। ଶୁଭଙ୍କର ବଳ (୩୪*)ଙ୍କ ସହ ଦ୍ୱିତୀୟ ଉଇକେଟରେ ୭୬ରନର ପାର୍ଟନରଶିପ୍‌ ହୋଇଥିଲା।
ଖେଳାଯାଇଥିବା ଏହି ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚରେ ଝାଡ଼ଖଣ୍ଡ ବିପକ୍ଷରେ ତାମିଲନାଡୁ ୬୬ରନରେ ବିଜୟ ହାସଲ କରିଛି। ବିଜୟୀ ଦଳର ଓପନର ସି. ହରି ନିଶାନ୍ତ ୯୨ରନ କରି ଅପରାଜିତ ରହିଥିଲେ। ପଦାର୍ପଣକାରୀ ବୋଲର ଆର୍‌. ସୋନୁ ଯାଦବ ୩୧ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର
ଓଡ଼ିଶା: ୨୦ ଓଭରରେ ୧୧୩/ଅଲଆଉଟ (ରାଜେଶ ଧୁପର-୩୭, ଅଙ୍କିତ ଯାଦବ-୩୨, ଇଶାନ ପୋରେଲ-୪/୨୬, ମୁକେଶ କୁମାର-୨/୨୦, ଆକାଶଦୀପ-୨/୨୦)।
ବେଙ୍ଗଲ: ୧୨.୨ ଓଭରରେ ୧୧୪/୧ (ବିବେକ ସିଂ-୫୪*, ଶୁଭଙ୍କର ବଳ-୩୪*, ଶ୍ରୀବତ୍ସ ଗୋସ୍ବାମୀ-୨୫, ଗୋବିନ୍ଦ ପୋଦାର-୧/୧୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri