Categories: ଖେଳ

୧୪୬ ରନ୍‌ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଲେ ଅନେକ ରେକର୍ଡ

ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍‌ରେ ୧୪୬ ରନ୍‌ କରି ନିଜ ଟିମ୍‌କୁ ଜିତାଇଛନ୍ତି। ଏହି ବିସ୍ଫୋରକ ପାଳିରେ ସେ ମାତ୍ର ୨୩ଟି ବଲ୍‌ରୁ ୧୭ଟି ଛକା ଏବଂ ୬ଟି ଚୌକା ସହ ୧୨୬ ରନ୍‌ କରିଥିଲେ। ଏହା ସହ ସେ ବିଶ୍ୱ ରେକର୍ଡ ମଧ୍ୟ ହାସଲ କରିଛନ୍ତି। ବିଷ୍ଟ ଟି-୨୦ରେ ନମ୍ବର ୪ରେ ଆସି ସବୁଠୁ ବଡ ପାଳି ଖେଳିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ସେ ଶ୍ରୀଙ୍କାର ଦଶୁନ ଶନାକାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଶନାକା ୨୦୧୬ରେ ସିଂହଲି କ୍ଲବ ପକ୍ଷରୁ ନମ୍ବର ୪ରେ ଖେଳିବାକୁ ଆସି ଅପରାଜିତ ୧୩୧ ରନ୍‌ କରିଥିଲେ। କେବଳ ଏତିକି ନୁହେଁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ବିଷ୍ଟଙ୍କ ଏହି ପାଳି ଟି-୨୦ କ୍ରିକେଟର୍‌ ସର୍ବଶ୍ରେଷ୍ଠ ପାଳି ମଧ୍ୟରୁ ଅନ୍ୟତମ। ଏହି ମାଳାରେ ସେ ଭାରତୀୟ କ୍ରିକେଟର୍‌ କେଲ୍‌ ରାହୁଲଙ୍କ ପଛରେ ପକାଇଛନ୍ତି। ଆଇପିଏଲ୍‌ରେ ରାହୁଲ ଉଇକେଟ୍‌କିପିର୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳି ଅପରାଜିତ ୧୩୧ ରନ୍‌ କରିଥିଲେ। ସେହିପରି ବିଷ୍ଟ ୧୪୬ ରନ୍‌ ପାଳିରେ ୧୭ଟି ଛକା ମାରିଥିଲେ। ଏହି ମାମଲାରେ ସେ ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ସମକ୍ଷକ ହୋଇଛନ୍ତି। ଗେଲ୍‌ ୨୦୧୩ ଆଇପିଏଲ୍‌ରେ ପୁଣେ ଓ୍ବାରିୟର୍ସ ବିପକ୍ଷରେ ୧୭ଟି ଛକା ମାରିଥିଲେ। ବିଷ୍ଟ ଟି-୨୦ର ଗୋଟିଏ ମ୍ୟାଚ୍‌ ସର୍ବାଧିକ ଛକା ଲଗାଇଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ରେକର୍ଡ ହାସଲ କରିଛନ୍ତି। ଶ୍ରେୟସ ଆୟାର ୨୦୧୯ରେ ସିକ୍କିମ ବିପକ୍ଷ ଟି-୨୦ ମ୍ୟାଚ୍‌ ୧୫ଟି ଛକା ଲଗାଇଥିଲେ।

Share