Posted inଖେଳ

ସୟଦ ମୁସ୍ତାକ ଅଲୀ ଟି୨୦: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)-
ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ପ୍ରତିଯୋଗିତାରେ ଓଡ଼ିଶା କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୮ ଉଇକେଟରେ ତାମିଲନାଡ଼ୁଠାରୁ ପରାଜିତ ହୋଇଛି। ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ୧୩୩ ରନ ବିଜୟ ଲକ୍ଷ୍ୟର ପିଛା କରି ତାମିଲନାଡ଼ୁ ୧୫.୧ ଓଭରରେ ମାତ୍ର ୨ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରି ନେଇଥିଲା। ପୂର୍ବରୁ ଓଡ଼ିଶା ଏହାର ପ୍ରଥମ ୨ ମ୍ୟାଚରେ ବେଙ୍ଗଲଠାରୁ ୯ ଉଇକେଟରେ ଏବଂ ହାଇଦ୍ରାବାଦ ନିକଟରୁ ୬ ରନରେ ପରାସ୍ତ ହୋଇଥିଲା। ଏଲିଟ୍‌ ଗ୍ରୁପ ‘ବି’ରେ ସ୍ଥାନ ପାଇଥିବା ଓଡ଼ିଶା ୩ ମ୍ୟାଚରୁ ୩ ପରାଜୟ ଲଭିଥିବାରୁ ପଏଣ୍ଟ ଖାତା ଖୋଲି ପାରିନାହିଁ। ଅନ୍ୟପକ୍ଷରେ ତାମିଲନାଡ଼ୁ ୩ ମ୍ୟାଚରୁ ୩ ବିଜୟ ସହ ୧୨ ପଏଣ୍ଟ ପାଇ ଏହି ଗ୍ରୁପରେ ଶୀର୍ଷସ୍ଥାନ ଅଧିକାର କରିଛି। ଓଡ଼ିଶା ଆସନ୍ତା ୧୬ ତାରିଖରେ ଝାଡ଼ଖଣ୍ଡକୁ ଭେଟିବ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା କୌଣସି ବ୍ୟାଟ୍ସମ୍ୟାନ ପ୍ରତିପକ୍ଷ ବୋଲରଙ୍କୁ ସଫଳ ମୁକାବିଲା କରି ନ ପାରିବାରୁ ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ଦଳ ଓପନିଂ ଯୋଡ଼ିରେ ୨୦ ବଲ୍‌ରୁ ୩୪ ରନ କରି ଭଲ ଆରମ୍ଭ କରିଥିଲେ ହେଁ ପରେ ଦିଗହରା ପ୍ରଦର୍ଶନ କରିଥିଲା। ଦୁଇ ଓପନର ଗୌରବ ଚୌଧୁରୀ ୧୯ ଓ ରାଜେଶ ଧୂପର ୨୨ ରନ କରିଥିବାବେଳେ ମିଡିଲ ଅର୍ଡରରେ ଶୁଭ୍ରାଂଶୁ ସେନାପତି ୨୦ ଏବଂ ଲୋୟର ଅର୍ଡରରେ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୨୩ (୧୦ ବଲ୍‌, ୧ ଚୌକା, ୨ ଛକା) ରନ କରିବାକୁ ସକ୍ଷମ ହୋଇଥିଲେ। ଟୁର୍ନାମେଣ୍ଟରେ ଶୁଭ୍ରାଂଶୁଙ୍କ ସ୍ଥାନରେ ପ୍ରଥମଥରପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବିପ୍ଳବ ସାମନ୍ତରାୟ ମାତ୍ର ୭ ରନ କରି ପାରିଥିଲେ। ବିପକ୍ଷ ଦଳର ମୁରୁଗାନ ଅଶ୍ୱିନ ୩ଟି, ଅଶ୍ୱିନ କ୍ରିଷ୍ଟ ଓ ଏମ୍‌. ମହମ୍ମଦ ୨ଟି ଲେଖାଏ ଏବଂ ସନ୍ଦୀପ ଓ୍ବାରିୟର ଓ ସାଇ କିଶୋର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ତାମିଲନାଡ଼ୁ ଓପନିଂ ଯୋଡ଼ିରେ ୩୯ ବଲ୍‌ରୁ ୫୬ ରନ ସଂଗ୍ରହ କରି ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରି ଦେଇଥିଲା। ହରି ନିଶାନ୍ତ ୨୨ ବଲ୍‌ରୁ ୨୯ ଓ ଅର୍ଦ୍ଧଶତକ ହାସଲକାରୀ ନାରାୟଣ ଜଗଦୀଶ ୩୮ ବଲ୍‌ରୁ ୬୧(୪ ଚୌକା, ୪ ଛକା) ରନକରି ଆଉଟ ହୋଇଥିଲେ। ପରେ ଅରୁଣ କାର୍ତ୍ତିକ ୨୮ ଓ ଶାହରୁଖ ଖାଁ ୧୮ ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ପପୁ ରାୟ ଓ ଅଙ୍କିତ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୨୦ ଓଭରରେ ୧୩୨/୯(ସୂର୍ଯ୍ୟକାନ୍ତ-୨୩, ଧୂପର-୨୨, ଅଶ୍ୱିନ-୩/୧୬, ମହମ୍ମଦ-୨/୩୦, କ୍ରିଷ୍ଟ-୨/୩୪, ଓ୍ବାରିୟର-୧/୩୪, ସାଇ-୧/୧୨)। ତାମିଲନାଡ଼ୁ ୧୫.୧ ଓଭରରେ ୧୩୬/୨(ଜଗଦୀଶନ-୬୧, ନିଶାନ୍ତ-୨୯, କାର୍ତ୍ତିକ-୨୮*, ପପୁ-୧/୩୨, ଅଙ୍କିତ-୧/୧୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri