Categories: ଖେଳ

ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସି ଏମିତି କାରନାମା କଲେ ପନ୍ତ

ସିଡନୀ,୧୧।୧:ସିଡନୀ ଟେଷ୍ଟ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଭାରତକୁ ଜିତିବା ପାଇଁ ୩୦୯ ରନ୍‌ ଥିବାବେଳେ ଉଇକେଟ୍‌ କିପର ରିଷଭ ପନ୍ତ ଜବରଦସ୍ତ ଇନିଂସ ଖେଲିଛନ୍ତି। ଆହତ ସତ୍ତ୍ୱେ ସେ ପଡିଆକୁ ଓହ୍ଲାଇ ୯୭ ରନ୍‌ର ଇନିଂସ ଖେଳିଥିଲେ। ମାତ୍ର ୩ ରନ୍‌ ପାଇଁ ସେ ଶତକରୁ ବଞ୍ଚିତ ହୋଇଥିଲେ। ଏହି ପାଳିରେ ସେ ୧୨ଟି ଚୌକା ସହ ୩ଟି ଛକା ମାରିଥିଲେ। କର ବା ମର ମ୍ୟାଚ୍‌ରେ ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ପନ୍ତ। ସୂଚନାଯୋଗ୍ୟ, ଚଳିତ ଟେଷ୍ଟର ତୃତୀୟ ଦିନରେ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ତାଙ୍କ କହୁଣୀରେ ବଲ୍‌ ବାଜିଥିଲା। ଏଥିରେ ସେ ଆହତ ହୋଇଥିଲେ। ଏହି କାରଣରୁ ସେ ଉଇକେଟ୍‌ କିପିଂ ପାଇଁ ପଡିଆକୁ ଆସି ନ ଥିଲେ।ତାଙ୍କ କହୁଣୀର ସ୍କାନିଂ କରାଯିବାପରେ କୌଣସି ହାଡ ଭାଙ୍ଗି ନ ଥିବା ଜଣାପଡିଥିଲା। କିନ୍ତୁ ପ୍ରବଳ ଯନ୍ତ୍ରଣା ହେଉଥିଲା। ତଥାପି ସେ ଦେଶ ପାଇଁ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ।

Share