ଶାର୍କ ଆକ୍ରମଣ ପରେ ବନ୍ଦ ହେଲା ସିଡ୍‌ନୀ ବିଚ୍‌

ସିଡ୍‌ନୀ,୧୭।୨: ସିଡ୍‌ନୀର ସମୁଦ୍ର କୂଳରେ ଶାର୍କ ଆକ୍ରମଣରେ ବୁଧବାର ଅପରାହ୍ନରେ ଜଣେ ସନ୍ତରଣକାରୀ ପ୍ରାଣ ହରାଇଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ଶାର୍କ ଆକ୍ରମଣର ଏହା ପ୍ରଥମ ଘଟଣା। ଏଥିଯୋଗୁ ସିଡ୍‌ନୀ ସହରର ଆଇକନିକ ବୋଣ୍ଡି ଓ ବ୍ରୋଣ୍ଟେ ସମେତ ଅନେକ ସମୂଦ୍ର କୂଳକୁ ବନ୍ଦ କରି ଦିଆଯାଇଛି।

ଶାର୍କ ସେହି ଅଞ୍ଚଳରେ ଅଛି କି ନାହିଁ, ଜାଣିବା ପାଇଁ ଘଟଣା ସ୍ଥଳରେ ଡ୍ରମ ଲାଇନ ବିଛା ଯାଇଛି। ଏଥିସହ ଡ୍ରୋନ ଧ୍ୟ ମୁତୟନ କରାଯାଇଛି।

ଅନଲାଇନ୍‌ରେ ଶେୟାର କରାଯାଇଥିବା ଭିଡିଓରେ ଏକ ଶାର୍କ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଦକ୍ଷିଣ ଅଷ୍ଟ୍ରେଲିଆର ସବୁଠୁ ବଡ଼ ସହରଠାରୁ ୨୦ କିମି ଦୂର ଲିଟଲ ବେ ବିଚ୍‌ରେ ବୁଧବାର ଅପରାହ୍ନରେ ଘଟିଥିଲା। ତେବେ ପୋଲିସ ପକ୍ଷରୁ ମୃତକଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।

ଏହା ଆମ ପୂରା ସମ୍ପ୍ରଦାୟ ପାଇଁ ବଡ଼ ଧକ୍କା ସଦୃଶ। ଆମର ଉପପୂଳ ଆମ ପାଇଁ ଘର ପଛ ବଗିଚା ଭଳି। ଏଭଳି ଭୟଙ୍କର ପରିସ୍ଥିତିରେ ଏକ ଦୁଃଖଦ ମୃତ୍ୟୁ ଘଟିଥିବା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ବୋଲି ରାଣ୍ଡଓ୍ବିକ କାଉନ୍ସିଲ ମେୟର ଡିଲାନ ପାରକର କହିଛନ୍ତି।

Share