ଭାଙ୍କୋଭର,୨୫ା୬: ରୁବେନ ଭର୍ଗାସ ଓ ଜୋହାନ ମାଜାମ୍ବିଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏହି ବିଜୟ ସହ ସୁଇଜରଲାଣ୍ଡ ଗ୍ରୁପ୍-ବି’ ଟପ୍ପର ଭାବେ ନକ୍ଆଉଟ୍ ରାଉଣ୍ଡରେ ପ୍ରବେଶ କରିଛି।
ପରାଜୟ ସତ୍ତ୍ୱେ କାନାଡା ଦ୍ୱିତୀୟ ସ୍ଥାନରେ ରହି ଇତିହାସରେ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନ ପାଇଛି। ସୁଇଜରଲାଣ୍ଡ ଭାଙ୍କୋଭରଠାରେ ରାଉଣ୍ଡ ଅଫ୍-୩୨ ମ୍ୟାଚ୍ରେ ଏକ ତୃତୀୟ ସ୍ଥାନରେ ରହିଥିବା ଦଳକୁ ଭେଟିବ। କାନାଡାକୁ ଘରୋଇ ଫ୍ୟାନ୍ସଙ୍କ ଆଗରେ ଖେଳିବା ପାଇଁ ଏହି ମ୍ୟାଚ୍ରେ ନିହାତି ପଏଣ୍ଟ ଦରକାର ଥିଲା। କିନ୍ତୁ ଦ୍ୱିତୀୟ ସ୍ଥାନରେ ରହିଥିବାରୁ କାନାଡା ତା’ର ପ୍ରଥମ ନକ୍ଆଉଟ୍ ମ୍ୟାଚ୍ କାଲିଫର୍ନିଆର ଇଙ୍ଗଲେଉଡ୍ଠାରେ ଗ୍ରୁପ୍-ଏ’ରେ ଦ୍ୱିତୀୟ ସ୍ଥାନରେ ରହିଥିବା ଦଳ ସହ ଖେଳିବ।