ଆଇଏସ୍‌ ଟାର୍ଗେଟରେ ସ୍ବିଫ୍ଟଙ୍କ ଫ୍ୟାନ୍ସ

ଭିଏନା,୧୦ା୮: ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଆମେରିକୀୟ ସିଙ୍ଗର ଟେଲର ସ୍ବିଫ୍ଟ ଗୁରୁବାରଠାରୁ ଶନିବାର ମଧ୍ୟରେ ୩ଟି କନ୍‌ସର୍ଟ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ଆମତ୍ଘାତୀ ଆକ୍ରମଣ କରାଯିବା ନେଇ ଯୋଜନା ଚାଲିଥିବା ଅଷ୍ଟ୍ରିଆ ପୋଲିସ ଜାଣିବା ପରେ ଏହାକୁ ବାତିଲ କରିଦିଆଯାଇଛି। ପୋଲିସ ୩ ଜଣ ସ୍ବଳ୍ପବୟସ୍କଙ୍କୁ ଗିରଫ କରି ପଚରାଉଚରା କରୁଛି।
ପପ୍‌ ସୁପରଷ୍ଟାର ଟେଲର ସ୍ବିଫ୍ଟଙ୍କ କନ୍‌ସର୍ଟ ଆୟୋଜନ ହେବାକୁ ଥିବା ଭିଏନାର ଏର୍ନଷ୍ଟ ହାପ୍ପେଲ ଷ୍ଟାଡିୟମ୍‌ ବାହାରେ ତାଙ୍କ ଫ୍ୟାନ୍‌ମାନଙ୍କୁ ହତ୍ୟା କରିବା ପାଇଁ ଜଣେ ୧୯ ବର୍ଷୀୟ ଯୁବକ ଯୋଜନା କରିଥିଲେ। ଏହି ନର୍ଥ ମାସେଡୋନିଆ ବଂଶୋଦ୍ଭବ ଅଷ୍ଟ୍ରିଆ ନାଗରିକଙ୍କୁ ଆକ୍ରମଣ ଯୋଜନାର ମାଷ୍ଟରମାଇଣ୍ଡ୍‌ କୁହାଯାଉଛି। ହଙ୍ଗେରି ସୀମାନ୍ତ ଟେର୍ନିଟ୍‌ଜ ସହରସ୍ଥିତ ଘରୁ ପୋଲିସ ତାଙ୍କୁ ଗିରଫ କରିଛି। ଜୁଲାଇ ୨୫ରେ ଏହି ସ୍ବଳ୍ପବୟସ୍କ ବ୍ୟକ୍ତି ଅନ୍‌ଲାଇନରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏକ ବଡ଼ ଯୋଜନା ଥିବାରୁ ଚାକିରି ଛାଡ଼ିଥିବା ସେ ଏଥିରେ କହିଥିଲେ। ଆକ୍ରମଣ ପାଇଁ ସେ ‘ତାଲିବାନ୍‌ ଦାଢ଼ି’ ଧରି ନିଜ ଚେହେରା ବଦଳାଇଥିଲେ। ଏପରି କି ଅନ୍‌ଲାଇନ୍‌ରେ ଇସ୍‌ଲାମିକ୍‌ ପ୍ରୋପାଗଣ୍ଡା ଶେୟାର କରୁଥିଲେ। ସନ୍ଦିଗ୍ଧ ଜଣକ ଆଇଏସ୍‌ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବାବେଳେ ଅଲ୍‌-କାଏଦାଠାରୁ ମଧ୍ୟ ସମର୍ଥନ ହାସଲ କରିଥିଲେ। ତାଙ୍କ ଘରେ ଚଢ଼ାଉ ବେଳେ ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ବୋମା, ଆଇଏସ୍‌ ପ୍ରଚାରପତ୍ର, ୨୧,୦୦୦ ୟୁରୋ (୨୩,୦୦୦ ଡଲାର)ର ଜାଲ୍‌ ନୋଟ୍‌ ସହ ଏକାଧିକ ମାରଣାସ୍ତ୍ର ଜବତ କରିଛନ୍ତି। ସେ ପୂର୍ବରୁ କାମ କରୁଥିବା ଏକ ମେଟାଲ ପ୍ରୋସେସିଂ କମ୍ପାନୀରୁ ରାସାୟନିକ ପଦାର୍ଥ ଚୋରି କରିଥିଲେ।
ଷ୍ଟାଡିୟମ୍‌ରେ ସେବା ପ୍ରଦାନକାରୀ ଏକ କମ୍ପାନୀ କିଛିଦିନ ତଳେ ତୁର୍କୀ-କ୍ରୋଏସିଆ ମୂଳର ୧୭ ବର୍ଷୀୟ ବାଳକଙ୍କୁ କାମ ଦେଇଥିଲା। ଗିରଫ ହୋଇଥିବା ଏହି ବାଳକଙ୍କ ନିକଟରେ ତାଙ୍କ ଗର୍ଲଫ୍ରେଣ୍ଡ ସହ ବ୍ରେକ୍‌ଅପ୍‌ ହୋଇଥିଲା। ତୃତୀୟ ଅଭିଯୁକ୍ତଙ୍କ ବୟସ ୧୫ ବର୍ଷ। ତୁର୍କୀ ବଂଶୋଦ୍ଭବ ଏହି ସନ୍ଦିଗ୍ଧ ଉକ୍ତ ଷ୍ଟାଡିୟମ୍‌ରେ ବିସ୍ଫୋରକ ଖଞ୍ଜି ଆମତ୍ଘାତୀ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି।
ପ୍ରକାଶ ଯେ, ଗୁରୁବାର ଉକ୍ତ ଷ୍ଟାଡିୟମ୍‌ରେ ହେବାକୁ ଥିବା କନ୍‌ସର୍ଟକୁ ଦେଶବିଦେଶରୁ ୬୫,୦୦୦ ଦର୍ଶକ ଆସିବାର ଥିଲା। ତିନୋଟିଯାକ କାର୍ଯ୍ୟକ୍ରମରେ ମୋଟ ୧,୯୫,୦୦୦ ଲୋକ ସାମିଲ ହୋଇଥାଆନ୍ତେ। ତେବେ ଆମେରିକୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକଠାରୁ ଆକ୍ରମଣ ଯୋଜନା ସମ୍ପର୍କରେ ଅଷ୍ଟ୍ରିଆ କର୍ତ୍ତୃପକ୍ଷ ଜାଣିବା ପରେ ଏହାକୁ ରଦ୍ଦ କରିଦେଇଛନ୍ତି। ତେବେ ୩୪ ବର୍ଷୀୟା ସ୍ବିଫ୍ଟ ତାଙ୍କ କାର୍ଯ୍ୟକ୍ରମ ରଦ୍ଦ ହେବା ଉପରେ ଏଯାଏ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri