Categories: ଜାତୀୟ

ମିଠାଇ ବଣ୍ଟାଗଲା-ପୋଷାକ ଚିରିଲା: ଲାଲଙ୍କୁ ଜାମିନ ନେଇ ଭାଜପା-ଆରଜେଡି ମୁହାଁମୁହିଁ…

ପାଟନା,୧୫।୩ : ଜମି ପାଇଁ ଚାକିରି ସ୍କାମରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଜାମିନ ପାଇବାର ପ୍ରଭାବ ବିହାରରେ ଦୃଶ୍ୟମାନ ହୋଇଛି। ବିଧାନସଭା ତଥା ବାହାରେ ଶାସକ ତଥା ବିରୋଧୀ ବିଧାୟକମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଲାଲୁ ଯାଦବଙ୍କୁ ଜାମିନ ମିଳିବା ଖବର ଆସିବା ପରେ କିଛି ଆରଜେଡି ବିଧାୟକ ଖୁସିରେ ବିହାର ବିଧାନସଭା ପରିସରରେ ମିଠା ବାଣ୍ଟିବା ଆରମ୍ଭ କରିଥିଲେ। ସେତେବେଳେ ଧାରଣାରେ ବସିଥିବା କିଛି ଭାଜପା ବିଧାୟକଙ୍କ ସହ ସେମାନେ ଧସ୍ତାଧସ୍ତି ହୋଇଥିଲେ। ଏଥିରେ ଭାଜପା ବିଧାୟକ ଅରୁଣ ସିହ୍ନାଙ୍କ କୁର୍ତ୍ତା ମଧ୍ୟ ଚିରିଯାଇଥିଲା।

ମାଇକ ଭାଙ୍ଗିବା ଅଭିଯୋଗରେ ଭାଜପା ବିଧାୟକମାନେ ବିଧାନସଭା ବାହାରେ ଧାରଣାରେ ବସିଥିଲେ। ଏହି ସମୟରେ ଆରଜେଡି ବିଧାୟକ ଲାଲୁ ଯାଦବ ଜାମିନ ପାଇବା ପରେ ମିଠା ବାଣ୍ଟିବାକୁ ବାହାରିଥିଲେ। ଦୁଇପକ୍ଷଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପରୁ ମାମଲା ଧସ୍ତାଧସ୍ତି ଆରମ୍ଭ ହୋଇଥିଲା।

ଭାଜପା ବିଧାୟକମାନେ ଅଭିଯୋଗ କରିଛନ୍ତି ଆରଜେଡି ବିଧାୟକମାନେ ଧାରଣାରେ ବସିଥିବା ବିଧାୟକଙ୍କ ଉପରକୁ ଲଡୁ ଫିଙ୍ଗିଥିଲେ।

Share