ମଧୁର ଜହର ନାଇଟ୍ରସ

ନାଇଟ୍ରସ ଅକ୍ସାଇଡ, ହାସ୍ୟ ବାଷ୍ପ ବା ଲାଫିଙ୍ଗ ଗ୍ୟାସ୍‌ ନାମରେ ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହା ଏକ ମାରାତ୍ମକ ବିଷ, ଯାହାକୁ ନରହତ୍ୟାରେ ବ୍ୟବହାର କରାଯାଇପାରେ ବୋଲି କ୍ୱଚିତ ଲୋକ ଅବଗତ। ଯବକ୍ଷାରଜାନ ବା ନାଇଟ୍ରୋଜେନର ପଞ୍ଚ ଅକ୍ସାଇଡ ମଧ୍ୟରୁ ନାଇଟ୍ରସ ଅକ୍ସାଇଡ ଅନ୍ୟତମ। ଦୁଇଟି ଯବକ୍ଷାରଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ସଂଯୋଗରେ ସୃଷ୍ଟି ନାଇଟ୍ରସ ଅକ୍ସାଇଡକୁ ଡାଇନାଇଟ୍ରୋଜେନ ଅକ୍ସାଇଡ ମଧ୍ୟ କୁହାଯାଇଥାଏ। ଏହାର ରାସାୟନିକ ସଂକେତ ‘N2O’ ଓ ଆଣବିକ ବସ୍ତୁ ୪୪ ଅଟେ। ବାୟୁମଣ୍ଡଳର ଉପର ସ୍ତରରେ ବଜ୍ରପାତର ଉଚ୍ଚ ତାପ ପ୍ରଭାବରେ ଯବକ୍ଷାରଜାନ ଓ ଅମ୍ଳଜାନର ରାସାୟନିକ ପ୍ରତିକ୍ରିୟା ଫଳରେ ଏହି ଗ୍ୟାସ୍‌ ସୃଷ୍ଟି ହୁଏ। ତେଣୁ ସ୍ବଳ୍ପ ମାତ୍ରାରେ ଏହା ବାୟୁମଣ୍ଡଳରେ ଗଚ୍ଛିତ ଅଛି। ନାଇଟ୍ରସ ଏକ ରଙ୍ଗହୀନ କିନ୍ତୁ ଗନ୍ଧ ଯୁକ୍ତ ଓ ମଧୁର ସ୍ବାଦଯୁକ୍ତ ଗ୍ୟାସ୍‌। ଏହାକୁ ସ୍ବଳ୍ପ ସମୟ ପାଇଁ ଆଘ୍ରାଣ କଲେ ମସ୍ତିସ୍କର ଅସ୍ବାଭାବିକ ଉନ୍ମାଦନା ବା ମାଦକତା ସୃଷ୍ଟି କରେ। ଏହାର ପ୍ରଭାବରେ କଷ୍ଟ ଲାଘବ ହୁଏ ଓ ଉନ୍ମାଦନା ଯୋଗୁଁ ମନୁଷ୍ୟ ଅସ୍ବାଭାବିକ ଭାବରେ ହସିବାକୁ ଲାଗିଥାଏ। ଏଥିପାଇଁ ନାଇଟ୍ରସ ଅକ୍ସାଇଡକୁ ହାସ୍ୟ ବାଷ୍ପ ବା ଲାଫିଙ୍ଗ ଗ୍ୟାସ୍‌ ବୋଲି କୁହାଯାଏ। କିନ୍ତୁ ଏହାକୁ ଅତ୍ୟଧିକ ଆଘ୍ରାଣ କଲେ ଏହା ଫୁସ୍‌ଫୁସ୍‌ରେ ଅମ୍ଳଜାନର ବାଟକୁ ଅବରୋଧ କରେ ଓ ମନୁଷ୍ୟ ଅଣନିଃଶ୍ୱାସୀ ହୋଇ ମୃତ୍ୟୁବରଣ କରେ। ଏହା ସେହି ସ୍ବଳ୍ପ ଜହର ମଧ୍ୟରୁ ଅନ୍ୟତମ, ଯାହାର ସ୍ବାଦ ମଧୁର ଅଟେ। ତେଣୁ ଏହା ‘ମଧୁର ଜହର’ ନାମରେ ମଧ୍ୟ ବିଶ୍ୱବିଖ୍ୟାତ।
ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଆବିଷ୍କାରକ ଜୋସେଫ ପ୍ରିଷ୍ଟଲିଙ୍କ ଦ୍ୱାରା ୧୭୭୨ ମସିହାରେ ନାଇଟ୍ରସ ଅକ୍ସାଇଡ ଆବିଷ୍କୃତ। ସେ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଧର୍ମ ସମ୍ବନ୍ଧରେ ତାଙ୍କ ପ୍ରବନ୍ଧ ‘ବିଭିନ୍ନ ପ୍ରକାର ବାୟୁର ପର୍ଯ୍ୟବେକ୍ଷଣ’ରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ବାୟୁଠାରୁ ୪/୫ ଗୁଣ ଅଧିକ ଓଜନିଆ ଗ୍ୟାସ୍‌ର ଆବିଷ୍କାର ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସବୁଠାରୁ ଅଧିକ ଆନନ୍ଦ ମଧ୍ୟ ପ୍ରଦାନ କରିଥିବା ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ଗ୍ୟାସ୍‌ ଅମ୍ଳଜାନ ପରି ଜଳିବାରେ ସାହାଯ୍ୟ କରେ ବୋଲି ପ୍ରିଷ୍ଟଲି ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି। କାରଣ ଏହା ତା’ର ପ୍ରଜ୍ବଳନ ତାପମାତ୍ରାରେ ଯବକ୍ଷାରଜାନ ଓ ଅମ୍ଳଜାନକୁ ଭାଙ୍ଗି ଯାଏ। ତେଣୁ ଏହା ରକେଟ ଓ ରେସିଂ କାର୍‌ରେ ଜାଳେଣି ଭାବେ ବ୍ୟବହୃତ ହୁଏ। ପ୍ରିଷ୍ଟଲି ନାଇଟ୍ରସ ଅକ୍ସାଇଡର ବହୁ ଧର୍ମକୁ ଆବିଷ୍କାର କରିଥିଲେ ମଧ୍ୟ ଏହାର ମସ୍ତିସ୍କ ଉଦ୍ଦୀପକ ଧର୍ମକୁ ଜାଣି ପାରି ନଥିଲେ। ଏହାର ଆବିଷ୍କାରର ଦୀର୍ଘ ୨୦ ବର୍ଷ ପରେ ଇଂରେଜ ରସାୟନ ବିଜ୍ଞାନୀ ହମ୍ପ୍ରେ ଡ୍ଡେଭି ଏହାର ସୁରା ପରି ମସ୍ତିସ୍କ ଉଦ୍ଦୀପକ ଧର୍ମକୁ ଆବିଷ୍କାର କରିଥିଲେ। ସେ ଏହି ଗ୍ୟାସ୍‌କୁ ନାଇଟ୍ରସ ଅକ୍ସାଇଡ ଓ ଲାଫିଙ୍ଗ ଗ୍ୟାସ୍‌ ନାମରେ ନାମିତ କରିଥିଲେ। ନାଇଟ୍ରସ ଅକ୍ସାଇଡ ବିଶ୍ୱର ପ୍ରଥମ କୃତ୍ରିମ ନିଶ୍ଚେତକ, ଯାହାକୁ ଊନବିଂଶ ଶତାବ୍ଦୀର ଚିକିତ୍ସକମାନେ ଶଲ୍ୟ ଚିକିତ୍ସା ସମୟରେ ବ୍ୟବହାର କରୁଥିଲେ। ଏବେ ମଧ୍ୟ ଦନ୍ତ ଚିକିତ୍ସକମାନେ ଏହାକୁ ନିଶ୍ଚେତକ ଭାବେ ବ୍ୟବହାର କରୁଛନ୍ତି।
ଅନ୍ୟାନ୍ୟ ମାନସିକ ଉଦ୍ଦୀପକ ଔଷଧ ପରି ନାଇଟ୍ରସ ଅକ୍ସାଇଡକୁ କିଛି ଯୁବ ପିଢ଼ି ମାନସିକ ଉଦ୍ଦୀପନା ପାଇଁ ନିଶାଦ୍ରବ୍ୟ ଭାବରେ ବ୍ୟବହାର କରିଛନ୍ତି। ଆମେ ଜାଣୁ ନାଇଟ୍ରସ ଅକ୍ସାଇଡର ଅତ୍ୟଧିକ ଆଘ୍ରାଣ ମୃତ୍ୟୁର କାରଣ ହୋଇଥାଏ। ଶଲ୍ୟ ଚିକିତ୍ସକମାନେ ନିୟନ୍ତ୍ରିତ ଭାବେ ଅମ୍ଳଜାନ ମିଶାଇ ନାଇଟ୍ରସ ଅକ୍ସାଇଡକୁ ବ୍ୟବହାର କରୁଥିବା ବେଳେ ମାନସିକ ଉଦ୍ଦୀପନା ପାଇଁ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଅନିୟନ୍ତ୍ରିତ ଭାବେ ବ୍ୟବହାର କରନ୍ତି। ତେଣୁ ଏହା ଫୁସ୍‌ଫୁସ୍‌ ମଧ୍ୟରେ ପ୍ରବେଶ କରି ଅମ୍ଳଜାନର ପଥ ଅବରୋଧ କରେ ଓ ମୃତ୍ୟୁର କାରଣ ହୋଇଥାଏ। ନାଇଟ୍ରସ ଅକ୍ସାଇଡ ଏକ ନିଷ୍କ୍ରିୟ ଗ୍ୟାସ୍‌ ମଧ୍ୟ ନୁହେଁ। ଏହା ଫୁସ୍‌ଫୁସ୍‌ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା କରେ। ଏହି ପ୍ରତିକ୍ରିୟା ପାଇଁ ମନୁଷ୍ୟ ଶରୀରରୁ ତାପ ଅବଶୋଷଣ କରି ତୁଷାର କ୍ଷତ ସୃଷ୍ଟି କରେ। ନାଇଟ୍ରସ ଅକ୍ସାଇଡ ସ୍ନାୟୁଗୁଡ଼ିକୁ କ୍ଷତିଗ୍ରସ୍ତ କରେ ଓ କେତେକ ଅଙ୍ଗ ପ୍ରତ୍ୟଙ୍ଗକୁ ସ୍ଥାୟୀ ଭାବେ ଅଚଳ କରିଦିଏ। ନାଇଟ୍ରସ ଅକ୍ସାଇଡ ଏକ ମଧୁର ଜହର। ଏହାଠାରୁ ଯଥାସମ୍ଭବ ଦୂରରେ ରହିବା ମାନବ ସମାଜ ପାଇଁ ହିତକାରକ ଅଟେ।

ଡ. ଦେବାଶିଷ ମହାନ୍ତି
-ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri