Categories: ମେଟ୍ରୋ

ସ୍ବାୟତ୍ତ ଶାସନ ଦିବସ ନିରାଡମ୍ବରରେ ପାଳିବ ବିଏମ୍‌ସି

ଭୁବନେଶ୍ୱର,୩୦।୮ (ବ୍ୟୁରୋ): ମଙ୍ଗଳବାର ସ୍ବାୟତ୍ତ ଶାସନ ଦିବସ। କରୋନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ଗତବର୍ଷ ଭଳି ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପାଳନ ହେବ। କାର୍ଯ୍ୟାଳୟକୁ ଆଲୋକରେ ସଜାଇବା ସହ ଏହା ପରିସରରେ ପତାକା ଉତ୍ତୋଳନ କରାଯିବ। ଏହି ଦିନରେ ବିଏମ୍‌ସି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସହରବାସୀଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଭେଟି ଦେଇଥାଏ। ମାତ୍ର ଦୁଇବର୍ଷ ହେବ କରୋନା ପାଇଁ ସବୁକିଛି ବାତିଲ ହୋଇଛି। ଅପରପକ୍ଷେ ବର୍ଷ ପରେ ବର୍ଷ ବିତି ଯାଉଥିଲେ ମଧ୍ୟ ବହୁ ପ୍ରକଳ୍ପ ଏବେ ବି ଅଧାପନ୍ତରିଆ ହୋଇ ପଡିରହିଛି। ୨୦୧୯ରେ ରାଜଧାନୀବାସୀଙ୍କ ପାଇଁ ହୋଇଥିବା ପାର୍କ ଉତ୍ସବ, ମୁକ୍ତାକାଶ ପାଗାଠାର, ଡ୍ରେନ୍‌ ସମ୍ପ୍ରସାରଣ ଭଳି କେତେକ ଯୋଜନା ଏଯାବତ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରି ନାହିଁ।