‘ପଠାନ’ର ୧୦୦୦ କୋଟି ଆୟ ପରେ ବୟକଟ ଗ୍ୟାଙ୍ଗକୁ ଟାର୍ଗେଟ କଲେ ସ୍ୱରା

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଅଭିନୀତ ମୁଭି ‘ପଠାନ’ ପ୍ରତିଦିନ ଇତିହାସ ରଚୁଛି । ଶାହାରୁଖଙ୍କ ଏହି ମୁଭି ନିକଟରେ ୱାର୍ଲଡ ୱାଇଡ ୧୦୦୦ କୋଟିରୁ ଅଧିକ ଆୟ କରି ସାରିଛି, ଯାହା ଏକ ନୂଆ ରେକର୍ଡ । ଏହା ବଲିଉଡର ପ୍ରଥମ ମୁଭି ଯାହା ଚାଇନାରେ ରିଲିଜ୍ ନ ହୋଇ ବି ୧୦୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛି । ମୁଭିର ସଫଳତାକୁ ନେଇ ପୂରା ବଲିଉଡ ଖୁସି ଅଛି । ପଠାନର ଏହି ଶାନଦାର କଲେକସନ ପରେ ସ୍ୱରା ଭାସ୍କରଙ୍କର ରିଆକ୍ସନ ସାମ୍ନାକୁ ଆସିଛି ।
‘ପଠାନ’ ରିଲିଜ୍ ହେବା ପୂର୍ବରୁ ଏହାକୁ ବୟକଟ କରାଯାଉଥିଲା । ଏବେ ଏହାକୁ ନେଇ ସ୍ୱରା ଭାସ୍କର ସୋସିଆଲ ମିଡିଆ ମାଧ୍ୟମରେ ବୟକଟ ଗ୍ୟାଙ୍ଗ ଉପରେ ହମଲା କରିଛନ୍ତି । ଟୁଇଟ ମାଧ୍ୟମରେ ସେ ବୟକଟ ଗ୍ୟାଙ୍ଗ ଉପରେ ତିଖା ହମଲା କରିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଆମିର ଖାଁଙ୍କ ମୁଭି ‘ଦଙ୍ଗଲ’ ପ୍ରଥମ ଫେଜରେ ୱାର୍ଲଡ ୱାଇଡ ୭୦୦ କୋଟି ଆୟ କରିଥିଲା । ହେଲେ ଏହା ଚାଇନାରେ ରିଲିଜ ହେବା ପରେ ଏହା ୧୦୦୦ କୋଟି ପାର କରି ଯାଇଥିଲା । ଚାଇନାର ଦର୍ଶକେ ‘ଦଙ୍ଗଲ’କୁ ଖୁବ୍ ପସନ୍ଦ କରିଥିଲେ । ଫଳରେ ମୁଭି ୱାର୍ଲଡ ୱାଇଡ ୨୦୦୦ କୋଟି ଅତିକ୍ରମ କରି ଯାଇଥିଲା । ହିନ୍ଦୀ ମୁଭି ସହ ସାଉଥ ମୁଭି ବାହୁବଳୀ ୨, ଆରଆରଆର ଓ କେଜିଏଫ ୨ ଭଳି ମୁଭି ବି ୧୦୦୦ କୋଟି କଲେକସନ କରି ସାରିଛନ୍ତି ।
ବଲିଉଡରେ କିଛି ମୁଭି ଫ୍ଲପ ହେବା ପରେ କିଛିଦିନ ପାଇଁ ବିରତି ନେଇଥିଲେ ଶାହାରୁଖ । ପ୍ରାୟ ୪ ବର୍ଷ ପରେ ସେ ‘ପଠାନ ‘ମାଧ୍ୟମରେ ଜଣେ ଆକ୍ସନ ହିରୋ ଭାବେ ଫେରିଛନ୍ତି ବଡ ପରଦାକୁ । ଆଉ ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri