ସ୍ବରାଙ୍କ ଓ୍ବେବ୍‌ ସିରିଜ୍‌ ‘ରସଭରୀ’କୁ ହଟାଇଲା ଆମାଜନ୍‌ ପ୍ରାଇମ୍‌ !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ସ୍ବରା ଭାସ୍କର ଅଭିନୀତ ଓ୍ବେବ୍‌ ସିରିଜ୍‌ ‘ରସଭରୀ’ର ରିଲିଜ ହୋଇଥିଲା। ଆମାଜନ ପ୍ରାଇମ୍‌ ଭିଡିଓରେ ଏହାକୁ ରିଲିଜ କରାଯାଇଥିଲା। ହେଲେ ଏହାକୁ ଓଟିଟି ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। କଥାଟି କେତେ ସତ କେତେ ମିଛ କେହି ଜାଣି ନ ଥିଲେ ସୁଦ୍ଧା ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ଏବେ ଏ ନେଇ ମୁହଁ ଖୋଲିଛନ୍ତି ସ୍ବରା।

ଏକ ବ୍ୟବହାରକାରୀ କରିଥିବା ଟୁଇଟରେ କମେଣ୍ଟ ଦେଇଛନ୍ତି ସ୍ବରା। ରସଭରୀକୁ ହଟାଯାଇଥିବା ଖବର ମିଥ୍ୟା ବୋଲି ସେ କହିଛନ୍ତି। ଆଇଏମ୍‌ଡିବିରେ ଖରାପ ରେଟିଂ ଯୋଗୁ ଓ୍ବେବ୍‌ ସିରିଜ୍‌ ହଟାଯାଇଥିବା ଖବର ମିଥ୍ୟା ବୋଲି ସେ ସ୍ପଷ୍ଟ କରିଛନ୍ତି।
କହିରଖୁଛୁ, ସ୍ବରାଙ୍କ ଏହି ଓ୍ବେବ୍‌ସିରିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଥିଳା। ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ୍‌ ଜୋଶୀ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସିରିଜ୍‌ରେ ଥିବା କିଛି ଦୃଶ୍ୟରେ ଛୋଟ ଶିଶୁ କନ୍ୟାଙ୍କୁ ନେଇ ଅସମ୍ବେଦନଶୀଳ କାମ କରାଯାଇଥିବା ଅଭିଯୋଗ ସେ ଆଣିଥିଲେ।

Share