ପ୍ରେମିକ ଫହାଦ ଅହମ୍ମଦଙ୍କ ହାତ ଧରିଲେ ସ୍ବରା

ବମ୍ବେ: ବିବାହ ବନ୍ଧନରେ ଅଭିନେତ୍ରୀ ସ୍ବରା ଭାସ୍କର। ରାଜନୈତିକ କାର୍ଯ୍ୟକର୍ତ୍ତା ଫହାଦ ଅହମ୍ମଦଙ୍କୁ ସେ କୋର୍ଟରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସ୍ବରା ଏନେଇ ଫଟୋ ଏବଂ ଭିଡିଓ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି। ଭିଡିଓରେ ସ୍ବରା ନିଜର ପ୍ରେମକାହାଣୀ କିଭଳି ଆରମ୍ଭ ହେଲା ସେ ନେଇ କହିଛନ୍ତି।

ସ୍ବରା-ଫହାଦଙ୍କ ପ୍ରେମକାହାଣୀ ଏକ ଧାରଣାରୁ ଆରମ୍ଭ ହୋଇଥିଲା। ଏହାପରେ ଫହାଦ ନିଜ ଭଉଣୀଙ୍କ ବିବାହକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ସ୍ବରା ନ ଯାଇ ପାରି କ୍ଷମା ପ୍ରାର୍ଥନା କରିବା ସହ ତାଙ୍କ ବିବାହକୁ ଆସିବେ ବୋଲି କହିଥିଲେ। ପରେ କିନ୍ତୁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ଏବେ ଏହା ବିବାହରେ ପରିଣତ ହୋଇଛି ବୋଲି ଭିଡିଓରେ ଦେଖାଯାଇଛି। ତେବେ ଜାନୁୟାରୀ ୬, ୨୦୨୩ରେ ସ୍ବରା ଫହାଦଙ୍କୁ ବିବାହ କରିଥିଲେ। ଜାନୁୟାରୀ ୮ରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଥିଲେ।

Share