ମା’ ହେବେ ସ୍ବରା: ବେବି ବମ୍ପ ଫଟୋ ଶେୟାର କରି ଦେଲେ ସୂଚନା, ଚାରିଆଡୁ ଆସୁଛି ଶୁଭେଚ୍ଛା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ତିନି ମାସ ପୂର୍ବରୁ ସ୍‌ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରିଥିଲେ। ସେବେଠାରୁ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଖୁସି ଖବରକୁ ଅପେକ୍ଷା କରିଥିଲେ। ଶେଷରେ ସ୍ବରା ଖୁସି ଖବର ଘୋଷଣା କରି କହିଛନ୍ତି ଯେ ସେ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଅଭିନେତ୍ରୀ ନିଜର ପ୍ରେଗ୍‌ନେନ୍ସି ବିଷୟରେ ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ବରା ଖୁସି ଖବର ଶେୟାର କରିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବରା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସହିତ ପ୍ରେଗ୍‌ନେନ୍ସି ବିଷୟରେ କହିଛନ୍ତି। ଫଟୋରେ ସ୍ବରା ତାଙ୍କ ସ୍ବାମୀ ଫହଦଙ୍କ ସହ ନଜର ଆସିଛନ୍ତି। ସେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ତାଙ୍କର ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି।

 

Share