ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ସ୍ବରା: କହିଲେ-ତୁମେ ସୁଟ୍‌କେସ୍‌, ଫ୍ରିଜ୍‌ ଏବଂ ଧର୍ମାନ୍ତରୀକରଣ କରୁଥାଅ…

ବମ୍ବେ: ରାଜନେତା ଫହାଦ ଅହମ୍ମଦଙ୍କ ହାତ ଧରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର। ଏହି ଗୁପ୍‌ଚୁପ୍‌ ବିବାହ ନେଇ ଜଣାଇବା ପରଠାରୁ ସ୍ବରା ଟ୍ରୋଲ ହୋଇ ଆସୁଥିଲେ। ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ବିବାହ ଫଟୋ ଶେୟାର କରି ଅଭିନେତ୍ରୀ ଟ୍ରୋଲରଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି।

ଘୃଣା ବାଣ୍ଟୁଥିବା ଟ୍ରୋଲରଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ସ୍ବରା କହିଛନ୍ତି, ହେଟର୍ସ ସୁଟ୍‌କେସ୍‌, ଘୃଣା, ଅବୈଧ, ଧର୍ମାନ୍ତରୀକରଣ କରୁଥିବା ବେଳେ ଆମେ ଦୁହେଁ…ପ୍ରେମ’।

ଫଟୋରେ ସ୍ବରା ଏବଂ ଫହାଦ ପ୍ରେମରେ ବୁଡ଼ିଥିବା ଦେଖାଯାଉଛି। ବନ୍ଧୁ ଓ ପରିବାରବର୍ଗ ଏହି ଖୁସି ଅବସରରେ ଉପସ୍ଥିତ ଅଛନ୍ତି। ଗୋଟିଏ ଫଟୋରେ ଫହାଦ ସ୍ବରାଙ୍କ ମା’ ଇରା ଭାସ୍କରଙ୍କୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି।

କହିରଖୁଛୁ, ସ୍ବରା ଫେବୃୟାରୀ ୧୬ରେ ନିଜର ବିବାହ ନେଇ ସମସ୍ତଙ୍କୁ ଜଣାଇଥିଲେ। ହେଲେ ସେ ୬ ଫେବୃୟାରୀରେ କୋର୍ଟ ମ୍ୟାରେଜ୍‌ କରିଥିଲେ। ପ୍ରଶଂସକମାନେ ଏହା ଜାଣିବା ପରେ ଚକିତ ହୋଇଥିଲେ। କାରଣ ପୂର୍ବରୁ ସ୍ବରା ତାଙ୍କୁ ଭାଇ କହି ସମ୍ବୋଧନ କରୁଥିଲେ।

Share