ପ୍ରମୋଶନରେ ବ୍ୟସ୍ତ ସ୍ବରା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଜାହାଁ ଚାର୍‌ ୟାର୍‌’  ଆସନ୍ତା ୧୬ ତାରିଖରେ ମୁକ୍ତିଲାଭ କରିବ। ସ୍ବରାଙ୍କ ସହିତ ଫିଲ୍ମରେ ଶୀଖା ତାଲସାନିଆ, ପୂଜା ଚୋପ୍ରା ଏବଂ ମେହେର ଭିଜ୍‌ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି କମଲ ପାଣ୍ଡେ। ୪ ମହିଳା ବନ୍ଧୁଙ୍କୁ ନେଇ ଫିଲ୍ମର କାହାଣୀ। ସ୍ବରା ୨୦୧୮ ମସିହାରେ ଏହିଭଳି ଆଉ ଏକ ଫିଲ୍ମ ‘ବୀରେ ଦି ଓ୍ବେଡିଂ’ରେ ନଜରକୁ ଆସିଥିଲେ, ଯେଉଁଥିରେ କରିନା କପୁର ଖାନ୍‌, ସୋନମ କପୁର ଓ ଶୀଖା ତାଲସାନିଆ କାମ କରିଥିଲେ। ବର୍ତ୍ତମାନ ସ୍ବରା ‘ଜାହାଁ ଚାର୍‌ ୟାର୍‌’ର ପ୍ରମୋଶନ୍‌ରେ ବ୍ୟସ୍ତ। ଅଭିନୟ ଛଡ଼ା ସୋସିଆଲ ମିଡିଆରେ ନିଜ ମନଖୋଲା ମନ୍ତବ୍ୟ ପାଇଁ ମଧ୍ୟ ସ୍ବରା ବେଶ୍‌ ଜଣାଶୁଣା। ଏଥିଲାଗି ଅନେକ ସମୟରେ ତାଙ୍କୁ ସୋସିଆଲ ମଡିଆ ୟୁଜରମାନଙ୍କ ଦ୍ୱାରା ଟ୍ରୋଲ ହେବାକୁ ପଡ଼ିଥାଏ।

Share