Posted inଫୁରସତ

ଏ ହେଉଛି ପ୍ରେମ; କ୍ୟାନ୍‌ସର ସହ ଲଢ଼ୁଥିବା ସ୍ତ୍ରୀଙ୍କୁ ବଞ୍ଚାଇବା ଲାଗି ୧୭ ବର୍ଷ ହେଲାଣି ଭାଓଲିନ୍‌ ବଜାଉଛନ୍ତି ଏହି ବ୍ୟକ୍ତି…

ତ୍ୟାଗର ଅନ୍ୟନାମ ପ୍ରେମ। କିଛି ଶବ୍ଦରେ ତାକୁ ରୂପ ଦେବା ଅସମ୍ଭବ। ହେଲେ ପଶ୍ଚିମବଙ୍ଗରେ ରହୁଥିବା ସ୍ବପନ ସେଟ ପ୍ରେମର ନୂତନ ପରିଭାଷା ସୃଷ୍ଟି କରିଛନ୍ତି। କୋଲକାତାର ବଳରାମ ଡେ ଷ୍ଟ୍ରିଟ୍‌ରେ ରୁହନ୍ତି ସ୍ବପନ। ତାଙ୍କ ସ୍ତ୍ରୀ ୨୦୦୨ରୁ କ୍ୟାନ୍‌ସରରେ ପୀଡ଼ିତ। ଏହି ରୋଗ ବିଷୟରେ ଜଣାପଡ଼ିବା ପରେ ସ୍ବପନଙ୍କ ଜୀବନ ବଦଳିଯାଇଥିଲା। ସେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଏଭଳି କିଛି ନିଷ୍ପତ୍ତି ନେଇଥିଲେ ଯାହା ଶୁଣିଲେ ଆପଣଙ୍କ ଆଖି ଓଦା ହୋଇପାରେ। ଏପରିକି ଭଲପାଇବା ହେବ ତ ଏମିତି ବୋଲି ଆପଣ କହିପାରିବେ।

ସ୍ବପନ୍‌ ଭଲ ଭାଓଲିନ୍‌ ବଜାଇଥାନ୍ତି। ଏହାଛଡ଼ା ତାଙ୍କର ଚିତ୍ରକଳା ଏବଂ ମୂର୍ତ୍ତୀ ନିର୍ମାଣ ଆଦିରେ ଅଭିଜ୍ଞତା ରହିଛି। ଯେତେବେଳେ ସ୍ତ୍ରୀଙ୍କୁ କ୍ୟାନ୍‌ସର ହେବା କଥା ସେ ଜାଣିବାକୁ ପାଇଥିଲେ, ସେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହିଁଥିଲେ। ଶେଷରେ ସେ ନିଜର କଳାକୁ ବ୍ୟବହାର କରି ସ୍ତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଚାହିଁଥିଲେ। ଧଳା କୁର୍ତ୍ତା ଏବଂ ଧୋତୀ ପିନ୍ଧିବାକୁ ପସନ୍ଦ କରୁଥିବା ସ୍ବପନ ଭାଓଲିନ୍‌ରେ ହିଁ ତାଙ୍କର ଖୁସି ରହିଛି ବୋଲି ଜାଣିଥିଲେ। ଶେଷରେ ସେ କଲିକତାର ରାସ୍ତାରେ ଭାଓଲିନ ବଜାଇବା ଆରମ୍ଭ କରିଥିଲେ। ଏବେ ସେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳକୁ ଯାଇ ଭାଓଲିନ୍‌ ବଜାଇ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିଆସୁଛନ୍ତି। ଦୀର୍ଘ ୧୭ ବର୍ଷ ଧରି ସେ ଏଭଳି କରି ସ୍ତ୍ରୀଙ୍କ ଆରୋଗ୍ୟ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri