Posted inଫୁରସତ

ଲୁହା ରେଲିଂରେ ଫସିଗଲା ହଂସର ବେକ, ଏମିତି ଜୀବନ ବଞ୍ଚାଇଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଭଗବାନ ମନୁଷ୍ୟକୁ ସବୁଠାରୁ ସ୍ବତନ୍ତ୍ର କରି ଗଢ଼ିଛନ୍ତି। ମଣିଷକୁ ହାତ, ଗୋଡ଼ ଏବଂ ତୀକ୍ଷ୍ଣ ବୁଦ୍ଧି ମଧ୍ୟ ଦେଇଛନ୍ତି। ଭଗବାନ ଏଥିପାଇଁ ମଣିଷକୁ ବୁଦ୍ଧି ଦେଇଛନ୍ତି କି, ଯେଉଁମାନେ ମଣିଷ ପରି ଶକ୍ତିଶାଳୀ ନୁହନ୍ତି, ସେମାନଙ୍କୁ ମାନବିକତା ଦେଖାଇ ସାହାଯ୍ୟ କରିବା ପାଇଁ। ଠିକ୍‌ ସେମିତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ପାଟିରୁ ଆହା ବୋଲି ଶବ୍ଦ ବାହାରିଯିବ।

କିଛି ଲୋକ କେବଳ ନିଜ ପାଇଁ ଚିନ୍ତିତ ଥିବା ବେଳେ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଆଦୌ ମାନବିକତାକୁ ଭୁଲିନାହାନ୍ତି। ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ହଂସର ବେକ ଲୁହା ରେଲିଂରେ ଫସିରହିଛି। ଜଣେ ବ୍ୟକ୍ତି ତାକୁ ବାହାର କରୁଛନ୍ତି।

@JoshyBeSloshy ନାମକ ଏକ ‘ଏକ୍ସ’ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେଉଛି। ଦୀର୍ଘ ସମୟ ଧରି ହଂସର ବେକ ଲୁହା ରେଲିଂରେ ଅଟକି ରହିଥିବାରୁ ଏହାର ଜୀବନ ଚାଲିଯାଇଥାନ୍ତା। କିନ୍ତୁ ଜଣେ ବ୍ୟକ୍ତି ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଯିଏ ଜଣେ ଦେବଦୂତଠାରୁ କମ୍‌ ନୁହନ୍ତି। ସେ ସଙ୍ଗେ ସଙ୍ଗେ ହଂସର ବେକକୁ ଲୁହା ରେଲିଂରୁ କାଢ଼ି ଦେଲେ। ଫଳରେ ହଂସଟିର ଜୀବନରକ୍ଷା ପାଇଗଲା।

ଏହି ଭିଡିଓଟିକୁ ୨ କୋଟିରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ହଂସ ଠିକ ଅଛି ତ? ଆଉ ଜଣେ କହିଛନ୍ତି, ଫାଶରେ ପଡ଼ି ପକ୍ଷୀଟି ନିଜର ସମସ୍ତ ଶକ୍ତି ହରାଇଦେଇଛି। ସେହିପରି ଆଉ ଜଣେ କହିଛନ୍ତି, ଏହି ହଂସଟି ସେଠାରେ କିପରି ଅଟକି ଗଲା? ଅନ୍ୟ ଜଣେ କହିଛନ୍ତି, ତା’ର ବେକ ଲମ୍ବା ଥିବାରୁ ଏଥିରେ ଫସିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri