ହାରିଗଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ଭାଜପା ମ୍ୟାଜିକ ନମ୍ବରଠାରୁ ଯଥେଷ୍ଟ ଅଧିକ ଆସନରେ ଆଗୁଆ ରହିଛି। ଏଭଳି ସ୍ଥିତିରେ ଭାଜପା ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ବଡ ଝଟକା ଲାଗିଛି ।

ଫାଜିଲନଗର ଆସନରୁ ଭାଜପା ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଛନ୍ତି ସ୍ବାମୀ ପ୍ରସାଦ ମୌଯ୍ୟ । ଭାଜପା ପ୍ରାର୍ଥୀ ସୁରେନ୍ଦ୍ର କୁଶୱାହା ୨୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ସ୍ବାମୀ ପ୍ରସାଦ ମୌର୍ଯ୍ୟ ପରାଜିତ ହେବା ପରେ ତାଙ୍କର ଏକ ପୁରୁଣା ବୟାନ ଭାଇରାଲ ହେବାରେ ଲାଗିଛି । ସ୍ବାମୀ ନିଜକୁ ନେଉଳ କହିଥିବା ବେଳେ ଭାଜପାକୁ ସାପ ଓ ଆର୍‌ଏସ୍‌ଏସ୍‌କୁ ନାଗ ସାପ ବୋଲି ତୁଳନା କରିଥିଲେ । ଏପରିକି ସ୍ବାମୀ ରୂପି ନେଉଳ ଉତ୍ତରପ୍ରଦେଶରେ ଭାଜପ ରୂପକ ସାପକୁ ଶେଷ କରିବା ପରେ ନିଶ୍ୱାସ ନେବ ବୋଲି କହିଥିଲେ। ସ୍ବାମୀ ପରାଜିତ ହେବା ପରେ ଏହି ଭିଡିଓକୁ ନେଇ ୟୁଜର୍ସ ଟ୍ରୋଲ କରୁଛନ୍ତି।

Share