ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଫାଇଲ ଗାଏବ

ଭୁବନେଶ୍ୱର,୧୧।୬ (ପ୍ରସନଜିତ୍‌ ସାହୁ): କନ୍ଧମାଳ ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାକୁ ନେଇ ଏ. ଏସ୍‌. ନାଇଡୁ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ସେହିଭଳି ଭୁବନେଶ୍ୱର ସମ୍‌ ହସ୍ପିଟାଲ ଭୟଙ୍କର ଅଗ୍ନିକାଣ୍ଡ ସମ୍ପର୍କରେ ଆର୍‌ଡିସି ତଦନ୍ତ କରି ରିପୋର୍ଟ ଦେଇଥିଲେ। ହେଲେ ଏହି ୨ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଯାଇଥିବା ନେଇ ବୁଧବାର କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି। ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏନେଇ ଅଭିଯୋଗ କରିଛନ୍ତି। ତଦନୁଯାୟୀ ଏକ ମାମଲା(ନଂ.୪୬୦/୨୦୨୬) ରୁଜୁ ହୋଇଛି। ଏହାର ତଦନ୍ତ ଦାୟିତ୍ୱ ଆଡିସନାଲ ଆଇଆଇସି ବି.ବି. ହୋତାଙ୍କୁ ଦିଆଯାଇଛି। ତେବେ କେବଳ ଏହି ୨ତଦନ୍ତ ରିପୋର୍ଟ ନୁହେଁ ବରଂ ଅନେକ ଫାଇଲ ଗାଏବ ହୋଇଥିବା ଜଣେ ସରକାରୀ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଗତ ୬ ତାରିଖରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ତଦନ୍ତ କମିଶନ ରିପୋର୍ଟ ଚୋରି ହୋଇଥିବା କଥା କହିଥିଲେ। ହେଲେ କେଉଁ ୨ଟି ରିପୋର୍ଟ ଗାଏବ ହୋଇଛି, ସେ ସମ୍ପର୍କରେ ଆଉ ଅଧିକ କିଛି କହି ନ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧାଠାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରୁ ବାହାରିବା ପରେ ଗଣମାଧ୍ୟମକୁ କହିଥିଲେ, କେଉଁ ବିଧାୟକ କ’ଣ କହୁଛନ୍ତି ସେଥିରେ କିଛି ନାହିଁ। ଏନେଇ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ। ମୁଖ୍ୟମନ୍ତ୍ରୀ କହିବାର ୨ଦିନ ପରେ ହଜିଥିବା ଫାଇଲ୍‌କୁ ନେଇ ସରକାର ତତ୍ପର ହୋଇଥିବାରୁ ମନ୍ତ୍ରୀ କହିଥିବା କଥା ସତ ବୋଲି ସ୍ପଷ୍ଟ ହୋଇଛି।
ଗୃହ ବିଭାଗ ଯୁଗ୍ମ ସଚିବଙ୍କ ଅଭିଯୋଗ ଅନୁଯାୟୀ, ଏ.ଏସ୍‌. ନାଇଡୁ ରିପୋର୍ଟ (ଫାଇଲ ନଂ. ହୋମ୍‌-ଏସ୍‌ପିଏଲ୍‌୨-ଏଲ୍‌ଏଓସି-୦୦୧୭-୨୦୧୬) ୨୦୧୬ ସେପ୍ଟେମ୍ୱର ୧୬ରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିଲା। ଏହାପରେ ସେହିଦିନ ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେହିପରି ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ଆର୍‌ଡିସି ତଦନ୍ତ ରିପୋର୍ଟ (ଫାଇଲ୍‌ ନଂ. ହୋମ୍‌- ଏସ୍‌ପିଏଲ୍‌୨-ଏଲ୍‌ଏଓସି-୦୦୦୮-୨୦୧୮) ୨୦୧୮ ମେ ୨୩ରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ ଯାଇ ଏହାର ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲା। ଆଶ୍ଚର୍ଯ୍ୟର ବିଷୟ, ଉପରୋକ୍ତ ୨ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ମିଳୁ ନ ଥିବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଠାରୁ ଜଣାପଡ଼ିଛି।
ଏତଲାରେ ଦର୍ଶାଯାଇଛି ୨୦୨୪ ଜୁନ ୪ରେ ବିଧାନସଭା ନିର୍ୱାଚନ ଫଳାଫଳରୁ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଥିବାବେଳେ ସେଦିନ ସ୍ୱାଭାବିକ ଭାବେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିବା ସମସ୍ତ ରିପୋର୍ଟ ଏବଂ ଫାଇଲ୍‌ ଫେରିଆସିଥିଲା। ମାତ୍ର ହଜିଥିବା ୨ଟି ଯାକ ତଦନ୍ତ କମିଶନ ରିପୋର୍ଟ ଗୃହ ବିଭାଗକୁ ଫେରି ନ ଥିଲା। ଆଉ ସେହି ଫାଇଲ୍‌ ଏବେ ମିଳୁନାହିଁ। ଯେତେବେଳେ ଅନ୍ୟସବୁ ରିପୋର୍ଟ ବିଭାଗକୁ ସମୟ ଭିତରେ ଫେରି ଆସିଲା, ଉପରୋକ୍ତ ୨ଟି ଯାକ ରିପୋର୍ଟ ନ ମିଳିବା ସନ୍ଦେହ ସୃଷ୍ଟି କରୁଛି। ଏହାକୁ କେହି ଜାଣିଶୁଣି ନଷ୍ଟ, ହଜେଇ ଦେବା କିମ୍ୱା ବେଆଇନ ଭାବରେ ବ୍ୟବହାର କରିଥାଇପାରନ୍ତି ବୋଲି ଏତଲାରେ ଦର୍ଶାଯାଇଛି। ତଦନ୍ତ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ସରକାରଙ୍କ ହେପାଜତରୁ ଗାଏବ ହେବା ଏକ ଗୁରୁତର ତ୍ରୁଟି। ଏଭଳି ଏକ ଗୁରୁତର ମାମଲାକୁ ଠିକ୍‌ ଭାବେ ତଦନ୍ତ କରି, ଯିଏ ଏଥିରେ ସମ୍ପୃକ୍ତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ଝାରସୁଗୁଡ଼ା ଜିଲା ଭେଡେନ ନାଳର ଶାଖା ଖେରୁଆଲ ନାଳରୁ ବେଆଇନ ଭାବେ ଜଳ ଉଠାଇବା ନେଇ ବେଦାନ୍ତ ଆଲୁମିନାକୁ ୨୩୩ କୋଟିରୁ ଅଧିକ ଟଙ୍କାର ଜରିମାନା କରାଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ମଧ୍ୟ ଉପରୋକ୍ତ ୨ ଟି ତଦନ୍ତ କମିଶନ ରିପୋର୍ଟ ସାଙ୍ଗରେ ହଜିଯାଇଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?