Posted inଖେଳ

ସ୍ବଦେଶୀ ଖେଳ ଯୋଡ଼ିଲା ନୂଆ ଅଧ୍ୟାୟ

ପୁଣେ, ୩୧ା୮: ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ରଙ୍ଗ ବେରଙ୍ଗର ଆଲୋକମାଳା, ମ୍ୟୁଜିକ୍‌ରେ ଝଙ୍କାର ସହ ଢୋଲ ଏବଂ ଆତସବାଜୀର ରୋଷଣୀରେ ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ସ୍ବାଗତ ଭିନ୍ନ ପରିବେଶ ସୃଷ୍ଟି କରିଛି ଏବଂ ଦର୍ଶକଙ୍କ ଉପସ୍ଥିତି ଟୁର୍ନାମେଣ୍ଟକୁ ରୋଚକ ଏବଂ ରୋମାଞ୍ଚକ କରିଛି। ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସର ପରିସର ବହୁତ ବଡ଼ ନ ଥିଲେ ହେଁ ସ୍ବଦେଶୀ ଖେଳ ଖୋ ଖୋ ପ୍ରତି ଆଗ୍ରହ ମନୋଜ୍ଞ ପରିବେଶ ଏବ କ୍ବାଲିଟି ଖେଳାଳିଙ୍କ ଉପସ୍ଥିତି ପ୍ରତିଯୋଗିତାକୁ ଭିନ୍ନ ଏକ ସୋପାନରେ ପହଞ୍ଚାଇଛି। ପ୍ରଥମଥରପାଇଁ ହେଉଥିବା ଏହି ଫ୍ରାଞ୍ଜାଇଜ୍‌ ଭିତ୍ତିକ ପ୍ରତିଯୋଗିିତାରେ ୬ଟି ଦଳ ଭାଗ ନେଉଥିବାବେଳେ ଖୋ ଖୋ ଖେଳର କ୍ଷୀପ୍ରତା ପ୍ରତ୍ୟକ୍ଷଦର୍ଶୀଙ୍କୁ ବିମୋହିତ କରିଛି। ମୋଟାମୋଟିଭାବେ କହିବାକୁ ଗଲେ ଏହା ଲିଗ୍‌ର ପ୍ରଥମ ସଂସ୍କରଣ ହୋଇଥିଲେ ମଧ୍ୟ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି।
ଓଡ଼ିଶା ସରକାର ଏବେ ବିଭିନ୍ନ କ୍ରୀଡ଼ାକୁ ଅଗ୍ରାଧିକାର ଦେଇ କ୍ରୀଡ଼ା ଜଗତର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛନ୍ତି। ହକିରେ କଳିଙ୍ଗ ଲାନ୍ସର୍ସ ଏବଂ ଫୁଟବଲରେ ଓଡ଼ିଶା ଏଫ୍‌ସି ପରି ଏହି ପ୍ରତିଯୋଗିତାରେ ଅର୍ଥାତ୍‌ ଖୋ ଖୋ ଲିଗ୍‌ରେ ଓଡ଼ିଶାର ଏକ ନିଜସ୍ବ ଦଳ ଖେଳୁଛି। ଏହାର ନାମ ରଖାଯାଇଛି ଓଡ଼ିଶା ଜଗରନଟ୍ସ। ଓଡ଼ିଶା ଦଳ ଯେ କେବଳ ଏହି ପ୍ରତିଯୋଗିତାରେ ଭାଗ ନେଇଛି ତା ନୁହେଁ ନିଜର ଦମ୍‌ ଦେଖାଇବାରେ ସକ୍ଷମ ହୋଇଛି। ଲିଗ୍‌ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚତ୍ଥିବାବେଳେ ଏହି ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଚମତ୍କାର ପ୍ରଦର୍ଶନ କରି ଅନ୍ୟ ୫ ଦଳକୁ ପଛରେ ପକାଇ ଦେଇଛି। ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି ଓଡ଼ିଶା ଜଗରନଟ୍ସ। ଆଟାକ ହେଉ କି ଡିଫେନ୍ସ କିମ୍ବା ଡାଇଭ୍‌ ଅବା ସ୍କାଏ ଡାଇଭ୍‌ ଏବେ ଓଡ଼ିଶା ଦଳର ଖେଳାଳିମାନେ ସବୁଠୁ ଆଗରେ। କ୍ରିକେଟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ ଏହି ପ୍ରତିଯୋଗିତାର ଶୀର୍ଷ ୪ ଦଳ ମଧ୍ୟ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ଏହି ୪ ଦଳ ମଧ୍ୟରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଫଳରେ ଏହି ଦଳ କ୍ବାଲିଫାୟର-୧ ଖେଳିବା ନିଶ୍ଚିତ ହୋଇଛି। ଏହାର ଫାଇଦା ମଧ୍ୟ ଜଗରନଟ୍ସକୁ ମିଳିବ। କାରଣ କ୍ବାଲିଫାୟର-୧ର ପରାଜିତ ଦଳ ମଧ୍ୟ ଆଗକୁ ବଢ଼ିବା ପାଇଁ ଆଉ ଏକ ସୁଯୋଗ ପାଇବ। ଲିଗ୍‌ର ୩ ଓ ୪ ନମ୍ବର ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହାର ବିଜେତାକୁ କ୍ବାଲିଫାୟର-୧ର ବିଜେତା କ୍ବାଲିଫାୟର-୨ରେ ଭେଟିବ। କ୍ବାଲିଫାୟର-୧ ଓ ୨ ମଧ୍ୟରେ ଫାଇନାଲ ଖେଳାଯିବ। ତେଣୁ ଓଡ଼ିଶା ଦଳପାଇଁ ଫାଇନାଲ ପ୍ରବେଶର ପଥ ସୁଗମ ରହିଛି।
ଓଡ଼ିଶା ଜଗରନଟ୍ସ ଦଳରେ ରାଜ୍ୟର ମୋଟ ୬ ଖେଳାଳି ସ୍ଥାନ ପାଇଛନ୍ତି। ଅନ୍ୟ ଫ୍ରାଞ୍ଚାଇଜ୍‌ରେ ୪ ଜଣ ଖେଳାଳି ଖେଳୁଛନ୍ତି। ଏହିପରି ଓଡ଼ିଶାର ମୋଟ ୧୦ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶା ଖେଳାଳିମାନେ ପ୍ରଦର୍ଶନର ଛାପ ମଧ୍ୟ ଛାଡ଼ିଛନ୍ତି। ସିନିୟର ଖେଳାଳି ଜଗନ୍ନାଥ ମୁର୍ମୁ ଦଳ ପାଇଁ ଅନେକ ମ୍ୟାଚ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri