କଣ୍ଡରାପାଟିଆରେ ସ୍ବଚ୍ଛ ଭାରତ ମିଶନ ଫେଲ୍‌

କେନ୍ଦ୍ରାପଡା ଅଫିସ, ୨୪ା୬: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ମିଶନ ଯୋଜନା ଘୋଷଣା କରିଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ୮ ବର୍ଷ ପୂରିଛି। ତେବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ ଅଧୀନ କଣ୍ଡରାପାଟିଆ ଗ୍ରାମରେ ଏହି ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି। ଏହି ରାଜସ୍ବ ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରୁଥିବା ବେଳେ ଅଦ୍ୟାବଧି ମାତ୍ର ୧୪ଟି ପରିବାର ନିକଟରେ ପାଇଖାନା ରହିଛି। ଫଳରେ ୫୦୦ରୁ ଅଧିକ ଲୋକ ଖୋଲାରେ ମଳମୂତ୍ର ତ୍ୟାଗ କରୁଛନ୍ତି। ବନାଞ୍ଚଳ ବିବାଦ ଯୋଗୁ ଏହି ରାଜସ୍ବ ଗ୍ରାମରେ ଉନ୍ନୟନ ହୋଇ ପାରୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମକୁ ଯିବା ଆସିବା ପାଇଁ ସ୍ଥାୟୀ ରାସ୍ତା ନ ଥିବା ବେଳେ ଉନ୍ନୟନ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ବନ ବିଭାଗ ପକ୍ଷରୁ ଏହି ରାଜସ୍ବ ଗ୍ରାମକୁ ସଂରକ୍ଷିତ ବନାଞ୍ଚଳ ଦର୍ଶାଇ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରୁଛନ୍ତି। ଏପରି କି ପାଇଖାନା ନିର୍ମାଣକୁ ବିରୋଧ କରାଯାଉଥବା ଅଭିଯୋଗ ହେଉଛି। ଗ୍ରାମର ତପନ ସରକାର କହିଛନ୍ତି, ବହୁବର୍ଷ ହେବ ରାଜ୍ୟ ସରକାର କଣ୍ଡରାପାଟିଆକୁ ରାଜସ୍ବ ଗ୍ରାମ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ତେବେ ଏହି ଅଞ୍ଚଳବାସୀଙ୍କ ନିକଟରେ ଜମି ପଟ୍ଟା ନାହିଁ। ଗ୍ରାମବାସୀ ଗୃହ ନିର୍ମାଣ କରିବା ଆରମ୍ଭ କଲେ ବନ ବିଭାଗ ଏହାକୁ ବନ୍ଦ କରୁଛି। ଏପରି କି କେତେଜଣ ବ୍ୟକ୍ତି ଖରା ବର୍ଷାରୁ ରକ୍ଷା ପାଇଁ ଚାଳ ଛପର କଲେ ମଧ୍ୟ ବିଭାଗୀୟ ଅଧିକାରୀ ରୋକୁଛନ୍ତି। ଏପରିସ୍ଥଳେ ପାଇଖାନା ନିର୍ମାଣ ଆମ ପାଇଁ ସ୍ବପ୍ନ ହୋଇଛି। ହୃଷୀକେଶ ଧରା କହିଛନ୍ତି, କିଛି ମାସ ପୂର୍ବେ ଏଠାରେ ଘର ନିର୍ମାଣ ପାଇଁ ସେ ଚେଷ୍ଟା କରିଥିଲେ। ବନ ବିଭାଗ ବିରୋଧ ଯୋଗୁ ବନ୍ଦ ରହିଛି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ ସମ୍ଭବ ହେଉ ନ ଥିବା ସେ ମତ ଦେଇଛନ୍ତି। ପୂର୍ବତନ ସରପଞ୍ଚ ପଞ୍ଚେଇ ମଣ୍ଡଳ କହିଛନ୍ତି, ବନ ବିଭାଗର ବିରୋଧ ଯୋଗୁ ପାଇଖାନା ଓ ଆବାସ ଗୃହ ନିର୍ମାଣ ହୋଇପାରୁନାହିଁ। ୧୦୦ରୁ ଊର୍ଦ୍ଧ୍ୱ ପରିବାର ଥିଲେ ମଧ୍ୟ ମାତ୍ର ୧୪ଟି ଘରେ ପାଇଖାନା ରହିଛି। ଗ୍ରାମର ଉନ୍ନୟନରେ ସମସ୍ୟା ସମ୍ପର୍କରେ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଏହି ଗ୍ରାମରେ ସମସ୍ୟା ଥିବା ନେଇ ବହୁବାର ଅଭିଯୋଗ ମିଳିଛି। ଏଠାରେ ଉନ୍ନୟନ କାର୍ଯ୍ୟ ପାଇଁ ବନ ବିଭାଗ ସହ ବୈଠକ ହେବ ବୋଲି ସେ କହିଛନ୍ତି। ମହାକାଳପଡ଼ା ବନ ବିଭାଗ ରେଞ୍ଜ ଅଧିକାରୀ ସାହାଜୀ ବିଶ୍ୱାଳ କହିଛନ୍ତି, ରାଜ୍ୟ ସରକାରଙ୍କ ୧୯୮୦ ମସିହା ବିଜ୍ଞପ୍ତି ଅନୁଯାୟୀ, କଣ୍ଡରାପାଟିଆ ରାଜସ୍ବ ଗ୍ରାମ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ୧୯୭୦ ମସିହାରୁ ହେନ୍ତାଳବଣ ଘେରା ଏହି ଅଂଚଳରେ କେତେଜଣ ଅଧିବାସୀ ଜବରଦଖଲ କରି ଚାଷ କରିବା ସହ ଚିଙ୍ଗୁଡି ଘେରି କରୁଛନ୍ତି। ଏଥିପାଇଁ ବନାଞ୍ଚଳ ନଷ୍ଟ ହେଉଛି। ଆଗାମୀ ଦିନରେ ଏହି ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି କରିବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଜବରଦଖଲକାରୀଙ୍କୁ ହଟାଯିବା ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri