କଣ୍ଡରାପାଟିଆରେ ସ୍ବଚ୍ଛ ଭାରତ ମିଶନ ଫେଲ୍‌

କେନ୍ଦ୍ରାପଡା ଅଫିସ, ୨୪ା୬: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ମିଶନ ଯୋଜନା ଘୋଷଣା କରିଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ୮ ବର୍ଷ ପୂରିଛି। ତେବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ ଅଧୀନ କଣ୍ଡରାପାଟିଆ ଗ୍ରାମରେ ଏହି ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି। ଏହି ରାଜସ୍ବ ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରୁଥିବା ବେଳେ ଅଦ୍ୟାବଧି ମାତ୍ର ୧୪ଟି ପରିବାର ନିକଟରେ ପାଇଖାନା ରହିଛି। ଫଳରେ ୫୦୦ରୁ ଅଧିକ ଲୋକ ଖୋଲାରେ ମଳମୂତ୍ର ତ୍ୟାଗ କରୁଛନ୍ତି। ବନାଞ୍ଚଳ ବିବାଦ ଯୋଗୁ ଏହି ରାଜସ୍ବ ଗ୍ରାମରେ ଉନ୍ନୟନ ହୋଇ ପାରୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମକୁ ଯିବା ଆସିବା ପାଇଁ ସ୍ଥାୟୀ ରାସ୍ତା ନ ଥିବା ବେଳେ ଉନ୍ନୟନ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ବନ ବିଭାଗ ପକ୍ଷରୁ ଏହି ରାଜସ୍ବ ଗ୍ରାମକୁ ସଂରକ୍ଷିତ ବନାଞ୍ଚଳ ଦର୍ଶାଇ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରୁଛନ୍ତି। ଏପରି କି ପାଇଖାନା ନିର୍ମାଣକୁ ବିରୋଧ କରାଯାଉଥବା ଅଭିଯୋଗ ହେଉଛି। ଗ୍ରାମର ତପନ ସରକାର କହିଛନ୍ତି, ବହୁବର୍ଷ ହେବ ରାଜ୍ୟ ସରକାର କଣ୍ଡରାପାଟିଆକୁ ରାଜସ୍ବ ଗ୍ରାମ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ତେବେ ଏହି ଅଞ୍ଚଳବାସୀଙ୍କ ନିକଟରେ ଜମି ପଟ୍ଟା ନାହିଁ। ଗ୍ରାମବାସୀ ଗୃହ ନିର୍ମାଣ କରିବା ଆରମ୍ଭ କଲେ ବନ ବିଭାଗ ଏହାକୁ ବନ୍ଦ କରୁଛି। ଏପରି କି କେତେଜଣ ବ୍ୟକ୍ତି ଖରା ବର୍ଷାରୁ ରକ୍ଷା ପାଇଁ ଚାଳ ଛପର କଲେ ମଧ୍ୟ ବିଭାଗୀୟ ଅଧିକାରୀ ରୋକୁଛନ୍ତି। ଏପରିସ୍ଥଳେ ପାଇଖାନା ନିର୍ମାଣ ଆମ ପାଇଁ ସ୍ବପ୍ନ ହୋଇଛି। ହୃଷୀକେଶ ଧରା କହିଛନ୍ତି, କିଛି ମାସ ପୂର୍ବେ ଏଠାରେ ଘର ନିର୍ମାଣ ପାଇଁ ସେ ଚେଷ୍ଟା କରିଥିଲେ। ବନ ବିଭାଗ ବିରୋଧ ଯୋଗୁ ବନ୍ଦ ରହିଛି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ ସମ୍ଭବ ହେଉ ନ ଥିବା ସେ ମତ ଦେଇଛନ୍ତି। ପୂର୍ବତନ ସରପଞ୍ଚ ପଞ୍ଚେଇ ମଣ୍ଡଳ କହିଛନ୍ତି, ବନ ବିଭାଗର ବିରୋଧ ଯୋଗୁ ପାଇଖାନା ଓ ଆବାସ ଗୃହ ନିର୍ମାଣ ହୋଇପାରୁନାହିଁ। ୧୦୦ରୁ ଊର୍ଦ୍ଧ୍ୱ ପରିବାର ଥିଲେ ମଧ୍ୟ ମାତ୍ର ୧୪ଟି ଘରେ ପାଇଖାନା ରହିଛି। ଗ୍ରାମର ଉନ୍ନୟନରେ ସମସ୍ୟା ସମ୍ପର୍କରେ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଏହି ଗ୍ରାମରେ ସମସ୍ୟା ଥିବା ନେଇ ବହୁବାର ଅଭିଯୋଗ ମିଳିଛି। ଏଠାରେ ଉନ୍ନୟନ କାର୍ଯ୍ୟ ପାଇଁ ବନ ବିଭାଗ ସହ ବୈଠକ ହେବ ବୋଲି ସେ କହିଛନ୍ତି। ମହାକାଳପଡ଼ା ବନ ବିଭାଗ ରେଞ୍ଜ ଅଧିକାରୀ ସାହାଜୀ ବିଶ୍ୱାଳ କହିଛନ୍ତି, ରାଜ୍ୟ ସରକାରଙ୍କ ୧୯୮୦ ମସିହା ବିଜ୍ଞପ୍ତି ଅନୁଯାୟୀ, କଣ୍ଡରାପାଟିଆ ରାଜସ୍ବ ଗ୍ରାମ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ୧୯୭୦ ମସିହାରୁ ହେନ୍ତାଳବଣ ଘେରା ଏହି ଅଂଚଳରେ କେତେଜଣ ଅଧିବାସୀ ଜବରଦଖଲ କରି ଚାଷ କରିବା ସହ ଚିଙ୍ଗୁଡି ଘେରି କରୁଛନ୍ତି। ଏଥିପାଇଁ ବନାଞ୍ଚଳ ନଷ୍ଟ ହେଉଛି। ଆଗାମୀ ଦିନରେ ଏହି ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି କରିବାକୁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଜବରଦଖଲକାରୀଙ୍କୁ ହଟାଯିବା ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri