ଦାରିଙ୍ଗବାଡ଼ିରେ ସ୍ବଚ୍ଛ ଭାରତ ମିଶନ ଫେଲ: ବସ୍‌ଷ୍ଟାଣ୍ଡ ଅଞ୍ଚଳ ପୂତିିଗନ୍ଧରେ ନାକ ଫାଟିପଡ଼ୁଛି

ଦାରିଙ୍ଗବାଡ଼ି,୨୬।୫(ଡି.ଏନ.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ସରସ ସୁନ୍ଦର କରିବାକୁ ବହୁବାର ବୈଠକ ବସୁଛି ହେଲେ ଏବେ ଉକ୍ତ ଅଞ୍ଚଳରେ ସ୍ବଚ୍ଛଭାରତ ମିଶନ ଫେଲ ହେବା ଦେଖିବାକୁ ମିଳୁଛି। ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ନାକ ଟେକୁଛନ୍ତି, ଏଥିସହ ନିନ୍ଦା ମଧ୍ୟ କରୁଛନ୍ତି ା ଦାରିଙ୍ଗବାଡ଼ିର ମୁଖ୍ୟ ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ କୁଢ଼ କୁଢ଼ ଅଳିଆ ଗଦା ହେବା ସହ ବସ୍‌ଷ୍ଟାଣ୍ଡକୁ ଲାଗିକି ଯାଇଥିବା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା କଡ଼ରେ ଏବେ ପୁତ୍ତିମୟ ଗନ୍ଧ ଯୋଗୁ ସାଧାରଣ ଲୋକ ଯାତାୟାତରେ ସମସ୍ୟା ହେଉଛି ା ବସ୍‌ଷ୍ଟାଣ୍ଡରେ ରହିଥିବା ଏକମାତ୍ର ନଳକୁପ ଉପରେ ଯାତ୍ରୀଙ୍କ ସମେତ ଅଞ୍ଚଳର ଲୋକ ନିର୍ଭର କରୁଥିବା ବେଳେ ଏବେ ନଳକୁଅ ଚାରିପାଖରେ ପାଣି ଜମି ରହିବା ସହ କୁଢ଼ କୁଢ଼ ପଲିଥିନ ଏବଂ ଅଳିଆ ଗଦା ହୋଇ ଦୁର୍ଗନ୍ଧ ବାହାରୁଛି ା ଉକ୍ତ ନଳକୁପ ସମାନାରେ ରହିଛି ତହସିଲଦାରଙ୍କ କାର୍ଯ୍ୟାଳୟ। ଦୈନିକ ଲୋକ ବସଷ୍ଟାଣ୍ଡ ସହ ସେହି ଅଞ୍ଚଳରେ ରହିଥିବା ଜଳଚ୍ଛାୟା କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି, ସେହିପରି ସେହି ରାସ୍ତା ଦେଇ କନ୍ୟାଶ୍ରମ ଏବଂ ଆଦର୍ଶ ବିଦ୍ୟାଳୟ ସହ କଲେଜ ରହିଛି ା ଦୈନିକ ଶହଶହ ଛାତ୍ରୀଛାତ୍ର ସେହି ରାସ୍ତା ଦେଇ ଯାତାୟାତରେ ସମସ୍ୟା ହେବା ସହ ସେହି ଅଞ୍ଚଳରେ ମଶା ଉପଦ୍ରବ ମଧ୍ୟ ବୃଦ୍ଧି ହୋଇଛି। ଶୀଘ୍ର ଉକ୍ତ ଅଞ୍ଚଳକୁ ପଞ୍ଚାୟତ ପକ୍ଷରୁ ସଫେଇ କରାଯିବାକୁ ଦାବି ହୋଇଛି। ଏ ନେଇ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରୀକା ମଲ୍ଲିକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗାଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ତେଣୁ ସେହି ଅଞ୍ଚଳରେ ମଧ୍ୟ ସଂପ୍ରସାରଣ କାର୍ଯ୍ୟ କରାଯିବାକୁ ରହିଥିବାରୁ ତାକୁ ସଫେଇ କରାଯାଇ ନାହିଁ ଯଦି ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ କରାଯିବାରେ ବିଳମ୍ବ ହେଉଛି ତାହା ହେଲେ ଶୀଘ୍ର ତାକୁ ଆମେ ସଫେଇ କରିଦେବୁ ବୋଲି ସେ କହିଛନ୍ତି। ବର୍ଷା ପୂର୍ବରୁ ଦାରିଙ୍ଗବାଡ଼ିର ସମସ୍ତ ଅଞ୍ଚଳକୁ ପଞ୍ଚାୟତ ପକ୍ଷରୁ ସଫେଇ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri