Odisha Elections 2024
Posted inଖେଳ

ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି କୀର୍ତ୍ତିମାନ ହାସଲ କଲେ ସୁଜି

କଲମ୍ବୋ,୧୦।୭: ନ୍ୟୁଜିଲାଣ୍ଡର କ୍ରିକେଟର ସୁଜି ବେଟ୍ସ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସେ ୧୦ଟି ଦେଶରେ ଟି-୨୦ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ନିକଟରେ ବେଟ୍ସ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ମଧ୍ୟ ୮ ଉଇକେଟରେ ଜିତିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୧୯ ରନ୍‌ର ଟାର୍ଗେଟ ଦେଇଥିଲା। ନ୍ୟୁଜିଲାଣ୍ଡ ଏହାକୁ ୧୮.୪ ଓଭରରେ ପାଇଛି।
ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସୁଜି ବେଟ୍ସ ରେକର୍ଡ ଭଲ ରହିଛି। ସେ ଏପର୍ଯ୍ୟନ୍ତ ୧୫୧ଟି ଦିନିକିଆରେ ୫୩୫୯ ରନ ସଂଗ୍ରହ କରିଛନ୍ତି। ବେଟ୍ସ ୧୨ ଶତକ ଏବଂ ୩୨ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ସବଶ୍ରେଷ୍ଠ ସ୍କୋର ୧୬୮ ରନ ହୋଇଛି। ସେ ୧୪୫ ଟି-୨୦ ମ୍ୟାଚରେ ୩୯୧୬ ରନ ସଂଗ୍ରହ କରିଛନ୍ତି। ସେ ଏହି ଫର୍ମାଟରେ ଏକ ଶତକ ଏବଂ ୨୬ ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

କୋହଲିଙ୍କ ପାଇଁ ଏମିତି କହିଦେଲେ ବିଶ୍ୱର ସବୁଠୁ ଦ୍ରୁତତମ ଧାବକ

ନୂଆଦିଲ୍ଲୀ,୧୬।୫: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବ। ଏଥି ସହିତ ବିଶ୍ୱ ପ୍ରସିଦ୍ଧ...

ଚାହିଁଲେ ବି ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍‌ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍‌ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌...

ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍‌, କଲେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍‌ ଆସନ୍ତା ୨୦ରେ ନୂଆ ଚାଟ୍‌ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି...

ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲିଙ୍କ ଦବ୍‌ଦବା ଜାରି: ପର୍ପଲ କ୍ୟାପ୍‌କୁ ନେଇ ଏହି ୨ ବୋଲରଙ୍କ ମଧ୍ୟରେ ଲଢେଇ

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ ୨୦୨୪ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୫ଟି ମ୍ୟାଚ ପରେ ଟୁର୍ନାମେଣ୍ଟରେ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଅରେଞ୍ଜ୍‌ ଏବଂ ପର୍ପଲ...

ମୋତେ ଆଉ ଦେଖିବାକୁ ପାଇବେନି…କାହିଁକି ଏମିତି କଥା କହି ପ୍ରଶଂସକଙ୍କୁ ଇମୋଶନାଲ୍‌ କଲେ କୋହଲି

ନୂଆଦିଲ୍ଲୀ,୧୩।୫: ବିରାଟ କୋହଲି ଆଇପିଏଲ ୨୦୨୪ରେ ଚମତ୍କାର ଫର୍ମ ପ୍ରଦର୍ଶନ କରୁଛନ୍ତି। ଏହି ସିଜିନ୍‌ କୋହଲିଙ୍କ ଆଇପିଏଲ କ୍ୟାରିୟରର ଦ୍ୱିତୀୟ ଶ୍ରେଷ୍ଠ ସିରିଜ୍‌ ଥିଲା। ଏପର୍ଯ୍ୟନ୍ତ...

କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଭୁବନେଶ୍ୱର,୧୫ା୫: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଭାରତର ଏହି ତାରକା ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri