Posted inଜାତୀୟ

ଥମୁନି ମୁକୁଲ-ଶୁଭେନ୍ଦୁଙ୍କ କଳି

କୋଲକାତା,୧୩।୭: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ଭାଜପା ଛାଡ଼ି ତୃଣମୂଳକ କଂଗ୍ରେସରେ ଯୋଗଦେବା ପରଠୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା କଳି ଥମିବାର ନା ନେଉ ନାହିଁ। ରାଜ୍ୟପାଳ ଜଗଦୀପ ଧାନଖରଙ୍କୁ ମଙ୍ଗଳବାର ଭେଟିଛି ଶୁଭେନ୍ଦୁଙ୍କ ନେତୃତ୍ୱରେ ବିରୋଧୀ ଦଳ। ନିକଟରେ ମୁକୁଲଙ୍କୁ ପବ୍ଲିକ ଆକାଉଣ୍ଟ କମିଟି(ପିଏସି)ର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛି ଟିଏମ୍‌ସି। ଏହାକୁ ନିୟମର ଉଲ୍ଲଂଘନ ଦର୍ଶାଇଛି ଭାଜପା। କାରଣ ସାଧାରଣତଃ ଜଣେ ବିରୋଧୀ ଦଳର ବିଧାୟକଙ୍କୁ ଏହି ପଦରେ ନିଯୁକ୍ତ କରାଯାଏ। ଟିଏମ୍‌ସି ଏହି ନିୟମର ଅପବ୍ୟବହାର କରିଥିବା କହିଛନ୍ତି ଅଧିକାରୀ। ଏହି ବୈଠକ ସମ୍ପର୍କରେ ଟୁଇଟ୍‌ କରିଛନ୍ତି ରାଜ୍ୟପାଳ ଧାନଖର।

କିନ୍ତୁ ଟିଏମ୍‌ସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ କହିଛନ୍ତି, ବିଧାନସଭାରେ ମୁକୁଲ ଏବେ ମଧ୍ୟ ଭାଜପାର ସଦସ୍ୟ। ଏଣୁ ତାଙ୍କୁ ପିଏସି ଚେୟାରମ୍ୟାନ ଭାବେ ନିଯୁକ୍ତ କରିବାରେ କିଛି ଅସୁବିଧା ନାହିଁ। ବିରୋଧୀ ଦଳର ଜଣେ ଅଭିଜ୍ଞ ବିଧାୟକଙ୍କୁ ପିଏସିର ଚେୟାରମ୍ୟାନ କରାଯିବାର ପରମ୍ପରା ଦୀର୍ଘ ଦିନ ହେଲା ଚାଲିଆସୁଛି। ବାଚସ୍ପତି ଏହି ନିୟମର ପାଳନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବୃହତ୍‌ ବିଜୟ ପରେ ମୁକୁଲ ଭାଜପା ଛାଡ଼ି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତ ଧରିଥିଲେ। କିନ୍ତୁ ଭାଜପା ଟିକେଟ୍‌ରୁ ଜିତିଥିବା କ୍ରିଷ୍ଣାନଗର ଉତ୍ତର ଆସନରୁ ଇସ୍ତଫା ଦେଇ ନାହାନ୍ତି। ଏହାକୁ ବିରୋଧ କରି ଆସୁଛି ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri