ପୁଣି ପ୍ରେମରେ ପଡିଲେ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ

ବଲିଉଡ ଅଭିନେତା ହ୍ରିତିକ ରୋଶନ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ସୁଜାନେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି। ହ୍ରିତିକ୍‌ଙ୍କ ଠାରୁ ଅଲଗା ହେବାପରେ ସୁଜାନେ ଆଜିକାଲି ଟିଭି ଅଭିନେତା ଅଲି ଗୋନିଙ୍କ ଭାଇ ଆର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, କିଛି ଦିନ ପୂର୍ବରୁ ଦୁହେଁ ଏକାଠି ଗୋଆ ଯାଇଥିଲେ। ଏହି ସମୟରେ, ଡିସେମ୍ବର ୧୯ରେ, ଆର୍ସଲାନ ଗୋନି ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ପାର୍ଟିରେ ସୁଜାନେ ଖାନ ମଧ୍ୟ ଉପସ୍ଥିତ ଥିଲେ।
ସୋସିଆଲ ମିଡିଆରେ ସୁଜାନେ ବହୁତ ସକ୍ରିୟି। ନିକଟରେ ସେ ସୋସିଆଲ ମିଡିଆରେ ଗୋନିଙ୍କ ସହ ଏକ ଫଟୋ ଶେୟାର କରି ସୁଜାନେ ଲେଖିଛନ୍ତି – ଜନ୍ମଦିନର ଶୁଭେଚ୍ଛା, ଶୁଭକାମନା। ମୁଁ ତୁମ ପାଇଁ ଏକ ଦୁନିଆ ଚାହୁଁଛି ଯାହା ତୁମର ଯୋଗ୍ୟ ସମସ୍ତ ଜିନିଷରେ ପରିପୂର୍ଣ୍ଣ ଥିବ। ତୁମେ ସବୁଠୁ ସୁନ୍ଦର ଶକ୍ତି,ଯାହା ମୁଁ ଦେଖିଛି।
ଅସଲାନ କିଛି ଦିନ ପୂର୍ବରୁ ଅଲ୍ଟ ବାଲାଜୀଙ୍କ ୱେବ ସିରିଜ ‘ମେନ ହିରୋ ବୋଲ ରାହା ହୁଁ’ରେ ସାଇନ୍‌ କରିଛନ୍ତି। ୪୨ ବର୍ଷୀୟ ସୁଜାନେ ଗତ ଏକ ବର୍ଷ ଧରି ଅର୍ସଲାନଙ୍କୁ ଜାଣିଛନ୍ତି। ଦୁହେଁ ପ୍ରଥମେ ଟିଭି ଇଣ୍ଡଷ୍ଟ୍ରି ସହିତ ଜଡିତ ଏକ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ସାକ୍ଷାତ ହୋଇଥିଲେ।

Share