୨୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ହ୍ରିତିକଙ୍କ ଶାଳି, କହିଲେ ‘୯ ବର୍ଷ ପୂର୍ବରୁ….’

ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଶାଳି ତଥା ପୂର୍ବପତ୍ନୀ ସୁଜୈନ ଖାନଙ୍କ ଭଉଣୀ ଫରାହ ଖାନ୍‌। ନିଜର ଇନ୍‌ଷ୍ଟାଗ୍ରାମରେ ଫରାହ ସ୍ବାମୀ ଡିଜେ ଅକିଲଙ୍କ ସହ ନିଜର ଫଟୋ ଶେୟାର କରି ଲମ୍ବା ଚଉଡ଼ା ପୋଷ୍ଟ ଲେଖିଛନ୍ତି। ସେହିଭଳି ଅକିଲ ମଧ୍ୟ ନଅ ବର୍ଷ ପୂର୍ବେ ସମ୍ପର୍କ ଛିନ୍ନ ହୋଇଥିବା କଥା ଲେଖିଛନ୍ତି।

ନଅ ବର୍ଷ ବିତିଛି। ସ୍ବାମୀ ଅକିଲଙ୍କ ସହ ସମ୍ପର୍କ କେବଳ ବନ୍ଧୁକୁ ପହଞ୍ଚିଛି। ଏବେ ନିଜକୁ ‘ହାପିଲି ସେପାରେଟେଡ୍‌’ କହିବା ଠିକ୍‌ ହେବ। ଆମେ ପରସ୍ପରର ବନ୍ଧୁ ହୋଇ ରହିବା ସହ ପିଲା ଅଜାନ ଏବଂ ଫିଜାଙ୍କ ପିତାମାତା ଭୂମିକା ସମାନ ଭାବେ ନିର୍ବାହ କରିବୁ। ହଁ। ଆମେ ଏବେ ଏକାଠି ରହିପାରିବୁ ନାହିଁ। ଏହି ନିଷ୍ପତ୍ତି ପରସ୍ପରର ବୁଝାମଣାରେ ନେଇଛୁ। ଆମକୁ ବୁଝିବା ଏବଂ ସମର୍ଥନ କରିବା ଲାଗି ଏହି କଥାକୁ ସମସ୍ତଙ୍କ ସହ ବାଣ୍ଟୁଛୁ। କାରଣ ଆମେ କେହି କାହାର ଶତ୍ରୁ ନୋହୁଁ। ପରସ୍ପରର ଆବଶ୍ୟକତା ବେଳେ ଆମେ ବନ୍ଧୁ ଭଳି ଛିଡ଼ା ହେବୁ। ଜୀବନରେ ଯାହା ମିଳିଛି ସେଥିପାଇଁ ମୁଁ ଆଭାରୀ। ଧନ୍ୟବାଦ ଦେଉଛି ବୋଲି ଫରାହ କହିଛନ୍ତି।

୧୯୯୯ରେ ଅକିଲଙ୍କୁ ବିବାହ କରିଥିଲେ ଫରାହ। ୨୦୦୨ରେ ସେମାନଙ୍କ ପୁଅ ହୋଇଥିଲା। ୨୦୦୫ରେ ଝିଅ ଜନ୍ମ ନେଇଥିଲା। ଗତ ବର୍ଷ ଫରାହ କଙ୍ଗନାଙ୍କ ସହ ଝଗଡ଼ାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ପୂର୍ବରୁ ଭଉଣୀ ସୁଜୈନ ଖାନ୍‌ ମଧ୍ୟ ହ୍ରିତିକଙ୍କୁ ଛାଡ଼ପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri