୨୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ହ୍ରିତିକଙ୍କ ଶାଳି, କହିଲେ ‘୯ ବର୍ଷ ପୂର୍ବରୁ….’

ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଶାଳି ତଥା ପୂର୍ବପତ୍ନୀ ସୁଜୈନ ଖାନଙ୍କ ଭଉଣୀ ଫରାହ ଖାନ୍‌। ନିଜର ଇନ୍‌ଷ୍ଟାଗ୍ରାମରେ ଫରାହ ସ୍ବାମୀ ଡିଜେ ଅକିଲଙ୍କ ସହ ନିଜର ଫଟୋ ଶେୟାର କରି ଲମ୍ବା ଚଉଡ଼ା ପୋଷ୍ଟ ଲେଖିଛନ୍ତି। ସେହିଭଳି ଅକିଲ ମଧ୍ୟ ନଅ ବର୍ଷ ପୂର୍ବେ ସମ୍ପର୍କ ଛିନ୍ନ ହୋଇଥିବା କଥା ଲେଖିଛନ୍ତି।

ନଅ ବର୍ଷ ବିତିଛି। ସ୍ବାମୀ ଅକିଲଙ୍କ ସହ ସମ୍ପର୍କ କେବଳ ବନ୍ଧୁକୁ ପହଞ୍ଚିଛି। ଏବେ ନିଜକୁ ‘ହାପିଲି ସେପାରେଟେଡ୍‌’ କହିବା ଠିକ୍‌ ହେବ। ଆମେ ପରସ୍ପରର ବନ୍ଧୁ ହୋଇ ରହିବା ସହ ପିଲା ଅଜାନ ଏବଂ ଫିଜାଙ୍କ ପିତାମାତା ଭୂମିକା ସମାନ ଭାବେ ନିର୍ବାହ କରିବୁ। ହଁ। ଆମେ ଏବେ ଏକାଠି ରହିପାରିବୁ ନାହିଁ। ଏହି ନିଷ୍ପତ୍ତି ପରସ୍ପରର ବୁଝାମଣାରେ ନେଇଛୁ। ଆମକୁ ବୁଝିବା ଏବଂ ସମର୍ଥନ କରିବା ଲାଗି ଏହି କଥାକୁ ସମସ୍ତଙ୍କ ସହ ବାଣ୍ଟୁଛୁ। କାରଣ ଆମେ କେହି କାହାର ଶତ୍ରୁ ନୋହୁଁ। ପରସ୍ପରର ଆବଶ୍ୟକତା ବେଳେ ଆମେ ବନ୍ଧୁ ଭଳି ଛିଡ଼ା ହେବୁ। ଜୀବନରେ ଯାହା ମିଳିଛି ସେଥିପାଇଁ ମୁଁ ଆଭାରୀ। ଧନ୍ୟବାଦ ଦେଉଛି ବୋଲି ଫରାହ କହିଛନ୍ତି।

୧୯୯୯ରେ ଅକିଲଙ୍କୁ ବିବାହ କରିଥିଲେ ଫରାହ। ୨୦୦୨ରେ ସେମାନଙ୍କ ପୁଅ ହୋଇଥିଲା। ୨୦୦୫ରେ ଝିଅ ଜନ୍ମ ନେଇଥିଲା। ଗତ ବର୍ଷ ଫରାହ କଙ୍ଗନାଙ୍କ ସହ ଝଗଡ଼ାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ପୂର୍ବରୁ ଭଉଣୀ ସୁଜୈନ ଖାନ୍‌ ମଧ୍ୟ ହ୍ରିତିକଙ୍କୁ ଛାଡ଼ପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri