ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ

ବମ୍ବେ: ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହୋଇଛନ୍ତି ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାଁ। ସୋମବାର ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ସେ ଖାସ୍‌ ପୋଷ୍ଟ କରିଛନ୍ତି। ସୁଜୈନ ଉଭୟଙ୍କର କିଛି ଫଟୋକୁ ମିଶାଇ ଏକ ଭିଡିଓ କରିଛନ୍ତି। ଏହାକୁ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ‘ହାପି ବର୍ଥ ଡେ ମାଇ ଲଭ୍‌। ତୁମେ ମୋ ପାଇଁ ସବୁଠାରୁ ଅଧିକ ଅବିଶ୍ୱସନୀୟ ମଣିଷ। ସେମିତିରେ ତୁମେ ମୋତେ ସବୁଠାରୁ ଭଲ ମଣିଷ କରିବାକୁ ଚାହୁଁଛ। ତୁମେ ମୋ ପ୍ରେମର ପରିଭାଷା।’

ସୁଜୈନଙ୍କ ପୋଷ୍ଟରେ ଅର୍ସଲାନଙ୍କ ସମେତ ଅନେକ ବଲିଉଡ୍‌ କଳାକାର ପ୍ରତିକ୍ରିୟା କହିଛନ୍ତି। ଅର୍ସଲାନ ଥ୍ୟାଙ୍କ ୟୁ ମାଇ ଡାର୍ଲିଂ ଲଭ୍‌ ବୋଲି କହିଛନ୍ତି। ସେହିଭଳି ହ୍ରିତିକ ଏବଂ ତାଙ୍କ ପ୍ରେମିକା ସବା ଆଜାଦ ମଧ୍ୟ କମେଣ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

କହିରଖୁଛୁ, ହ୍ରିତିକଙ୍କୁ ଛାଡ଼ପତ୍ର ଦେବା ପରେ ସୁଜୈନ ଜୀବନରେ ଆଗକୁ ବଢ଼ିଛନ୍ତି। ସେ ଏବେ ଅର୍ସଲାନଙ୍କୁ ଡେଟ୍‌ କରୁଛନ୍ତି। ସେହିଭଳି ହ୍ରିତିକ ମଧ୍ୟ ସବାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଚାରିଜଣ ସର୍ବଦା ପାର୍ଟି କରୁଥିବା ଅନେକ ଥର ଦେଖାଯାଇଛି।

Share