ହ୍ରିତିକଙ୍କ ପରେ ସମ୍ପର୍କ ଉପରେ ମୋହର ମାରିଲେ ସୁଜୈନ

ବମ୍ବେ: ପରସ୍ପରଠାରୁ ଅଲଗା ହେବା ପରେ ଜୀବନରେ ଆଗକୁ ବଢ଼ିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସ୍ତ୍ରୀ ସୁଜୈନ ଖାନ୍‌। ଏବେ ଉଭୟ ନିଜ ନିଜର ସାଥୀ ଖୋଜି ନେଇଛନ୍ତି। ମଙ୍ଗଳବାର ହ୍ରିତିକ୍‌ ପ୍ରେମିକା ସବା ଆଜାଦଙ୍କ ହାତ ଧରି ଚାଲୁଥିବା ବମ୍ବେ ବିମାନବନ୍ଦର ବାହାରେ ଦେଖାଯାଇଥିଲା। ଏହାର କିଛି ସମୟ ନପୁରୁଣୁ ସୁଜୈନ ମଧ୍ୟ କଥିତ ପ୍ରେମିକ ଅର୍ସଲାନ ଗୋନିଙ୍କ ସହ ନଜର ଆସିଥିଲେ। ହ୍ରିତିକଙ୍କ ଭଳି ଅର୍ସଲାନ ସୁଜୈନଙ୍କ ହାତ ଧରିଥିଲେ।

ଉଭୟଙ୍କ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି। ବିମାନବନ୍ଦରରେ କ’ଣ ପ୍ରତିଯୋଗିତା ଚାଲୁଛି ବୋଲି ଜଣେ ପ୍ରଶ୍ନ କରିଛନ୍ତି। ସେହିଭଳି ଆଉ କେହି ହ୍ରିତିକ ଜଣେ ଛୁଆକୁ ଡେଟ୍‌ କରୁଥିବା ବେଳେ ସୁଜୈନ ମଧ୍ୟ ନିଜଠାରୁ ସାନ ପିଲାକୁ ଧରିଛନ୍ତି ବୋଲି କହିଛନ୍ତି।

ଦେଖିବାକୁ ଗଲେ ସବା ହ୍ରିତିକଙ୍କଠାରୁ ୧୭ ବର୍ଷ ସାନ। ସେହିଭଳି ଅର୍ସଲାନ ସୁଜୈନଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ। ପୂର୍ବରୁ ସେମାନେ ନିଜର ସମ୍ପର୍କକୁ ଲୁଚାଇ ଆସୁଥିଲେ ହେଁ ଏବେ ହଠାତ ଏପରି କ୍ୟାମେରା ସମ୍ମୁଖକୁ ଆସିବା ସମ୍ପର୍କରେ ମୋହର ମାରୁଛି ବୋଲି ଚର୍ଚ୍ଚା ହେଉଛି।

Share