Categories: ଜାତୀୟ

ଶ୍ରୀନଗର ଗୁଲମର୍ଗ ରାସ୍ତାରେ ମିଳିଲା ୪ ପ୍ରେସର କୁକର

ଜମ୍ମୁ,୨ ।୮: କଶ୍ମୀରରେ ସୋମବାର ଶ୍ରୀନଗର ଗୁଲମର୍ଗ ରାସ୍ତାରେ ଭିନ୍ନ ଭିନ୍ନ ସ୍ଥାନରେ ଏକ ଟିଫିନ୍ ବକ୍ସ ସହ ୪ଟି ପ୍ରେସର କୁକର ପଡିଥିବା ଦେଖାଯାଇଥିଲା । ଏହା ଦେଖିବା ପରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଯାଞ୍ଚ ପାଇଁ ବିଡିଏସ୍‌(ବୋମା ନିରୋଧକ ସ୍କାଡ)ଙ୍କୁ ଡକା ଯାଇଥିଲା । ହେଲେ ଯାଞ୍ଚ ପରେ କୁକର ଖାଲିଥିବା ଦେଖାଯାଇଥିଲା । ଏହାପରେ ଲୋକେ ଆଶ୍ୱସ୍ତ ହୋଇଥିଲେ । ପୋଲିସ ସୂଚନା ଅନୁଯାୟୀ, ଶ୍ରୀନଗର-ଗୁଲମର୍ଗ ରାସ୍ତାରେ ସନ୍ଦିଗ୍ଧ ପରିସ୍ଥିତିରେ ୪ଟି କୁକର ମିଳିଥିଲା । ହେଲେ ସବୁ ଗୁଡିକ ଖାଲିଥିଲା ।

Share