ଚିନାଯୁରୀ ରାଇସ ମିଲ୍‌ରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଡୁଙ୍ଗୁରିପାଲ,୭।୯ (ଦୀନବନ୍ଧୁ ସୁନା) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଚିନାଯୁରୀ ଜାତୀୟ ରାଜପଥ ଗ୍ରାମପଞ୍ଚାୟତ ନିକଟରେ ଥିବା ଶିଭମ଼ ପ୍ରେଡି ପ୍ରୋସେସିଙ୍ଗ ରାଇସ ମିଲ
ଭିତରେ କାର୍ଯ୍ୟରତ ମେସିନ ଅପରେଟିଂ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଚିନାଯୁରୀ ଜାତୀୟ ରାଜପଥ ପାଶର୍‌ବରେ ଥିବା ହାଇସ୍କୁଲ ଓ ଗ୍ରାମପଞ୍ଚାୟତ ନିକଟରେ ଶିଭମ଼ ପେଡି ପ୍ରୋସେସିଙ୍ଗ ରାଇସ ମିଲ ରହିଛି । ଗତକାଲି ମଙ୍ଗଲବାର ଅପରାହ୍ନ ୪ଟା ସମୟରେ ରାମପୁର ନାଇକେଇନପାଲି ଶଙ୍କର ଟିକ୍ରାର ଅଶିନୀ ଖର୍ସେଲ (୨୫) ମିଲ ଭିତରେ କାମ କରୁଥିବା ବେଲେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ରାଇସ ମିଲ ମାଲିକ ଡ଼ୁଙ୍ଗୁରିପାଲି ପୋଲିସ ଓ ଅଶିନୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳକୁ ଡୁଙ୍ଗୁରିପାଲି ଏସଆଇ ଟଙ୍କାଧର ଛତ୍ରିଆ ଓ ଟିମ୍‌ ରାତି ୭ଟା ସମୟରେ ପହଞ୍ଚିଥିଲେ। ମିଲ ଭିତରେ ଥିବା କମ୍ପ୍ରେଶର ତଳେ ପଡିଥିବା ଦେଖିଥିଲେ। ଏନେଇ ଅଶିନୀଙ୍କ ମୃତ୍ୟୁ ଘଟିଥିବା ନେଇ ଡୁଙ୍ଗୁରିପାଲି ଥାନାରେ ଅଶିନୀଙ୍କ ବାପା କସ୍ତୁଭ ଖର୍ସେଲ ଲିଖିତ ଅଭିଯୋଗ କରିଥିଲେ। ରାତିସାରା ମିଲ ଭିତରେ ଅଶିନୀଙ୍କର ମୃତ ଦେହ ପଡିରହିଥିଲା । ପୋଲିସ ମଧ୍ୟ ରାତିରେ ଜଗି ରହିଥିଲା । ସ୍ଥାନୀୟ ଲୋକେ ଖବର ପାଇ ଗେଟ ସମ୍ମୁଖରେ ରହିଥିଲେ।

ଅଶିନୀ ଖର୍ସେଲ ମିଲର ଜଣେ ମେସିନ ଅପରେଟର ଭାବରେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ମୃତ୍ୟୁକୁ ନେଇ ମିଲ ମାଲିକ ବିଲମୱରେ ପୋଲିସକୁ ସୂଚନା ଦେବା ଓ ପରିବାର ଲୋକଙ୍କୁ ଖବର ଦେବା ଜନସାଧାରଣରେ ସନ୍ଦେହ ଦେଖାଦେଇଛି। ଅଶିନୀଙ୍କୁ ତୁରନ୍ତ ସ୍ଥାନୀୟ ଡୁଙ୍ଗୁରିପାଲି ହସ୍ପିଟାଲକୁ ନିଆଯାଇ ନ ଥିଲା କି ମୃତ ଘୋଷଣା ମଧ୍ୟ କରାଯାଇ ନ ଥିଲା । ଅଶିନୀର ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା । ଡୁଙ୍ଗୁରିପାଲି ହସ୍ପିଟାଲକୁ ନଆଣି ପୋଲିସ ବିନିକାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବାରୁ ଜନ ସାଧାରଣଙ୍କ ସନ୍ଦେହ ଦେଖାଯାଉଛି l ମିଲରେ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଠିକ ନାହିଁ । ଏସମ୍ପର୍କରେ ରାଇସ ମିଲ ମାଲିକ ସୀତାରାମ ମେହେର (ଚକା)ଙ୍କୁ ପଚାରିବାରୁ ଅଶିନୀ ବୋଧହୁଏ ମଦ୍ୟପାନ କରି ମୃତ୍ୟୁ ଘଟିଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଡୁଙ୍ଗୁରିପାଲି ପୋଲିସ ଏସଆଇ ଟଙ୍କଧର ଛତ୍ରିଆଙ୍କୁ ପଚାରିବାରୁ ମିଲ ମାଲିକ ଖବର ଦେବାରୁ ଘଟଣା ସ୍ଥଳରେ ପହଞ୍ଚି କମ୍ପ୍ରେଶର ତଳେ ପଡିଥିବା ଦେଖିବାକୁ ପାଇଥିଳୁ ପ୍ରକାଶ କରିଥିଲେ।
ମୃତ ଦେହ ଜବତ କରି ବୁଧବାର କେଶ ନଂ ୮/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ସକାଳ ୮ଟା ସମୟରେ ପଞ୍ଚ ନାମା କରି ବିନିକାରୁ ମୃତଦେହ ବ୍ୟବଚ୍ଛେଦ କରି ଆଣିଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ଅଶିନୀର ମୁତ୍ୟୁର କାରଣ ଅସ୍ପଷ୍ଟ ପୋଷ୍ଟମର୍ଟନ ରିପୋର୍ଟ ଆସିଲା ପରେ ଜଣାପଡିବ। ତଦନ୍ତ ଜାରି ରହିଥିବା ଥାନା ଏସଆଇ ଛତ୍ରିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?