ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ଠାକୁରମୁଣ୍ଡା,୨୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ହାତୀଗଡ଼ା ପଞ୍ଚାୟତ ଅଧୀନ ରାଣୀଭୋଳ ଗଁାରେ ବୁଧବାର ସକାଳେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମୃତ ମହିଳାଙ୍କ ଭାଇ ରାମଏ ହୋ ଅଭିଯୋଗ କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୫/୨୨)ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ଅନୁଯାୟୀ, ଖପରଖାଇ ଗ୍ରାମର ଲେବଗା ସଏ ରାଣୀଭୋଳ ଗ୍ରାମର ସୀନ୍ତୁଙ୍କୁ ୧୮ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ସୀନ୍ତୁ ସବୁବେଳେ ସ୍ତ୍ରୀ ଲେବଗାଙ୍କୁ ମାରପିଟ କରନ୍ତି। ଲେବଗାଙ୍କ ଭାଇ ଯାଇ ସମାଧାନ କରନ୍ତି। ତେବେ ବୁଧବାର ସୀନ୍ତୁ ତାଙ୍କ ଭଉଣୀଙ୍କୁ ପିଟି ପିଟି ମାରି ଦେଇଥିବା ନେଇ ରାମାଏ ଅଭିଯୋଗରେ ଦର୍ଶାଇଛନ୍ତି।